ଇନଫୋସିଟି ଥାନାରେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ପୋଲିସ ପଚରାଉଚୁରା । 

213

କନକ ବ୍ୟୁରୋ: ଥାନାରେ ହାଜର ହେଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆଜି ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ଏହି ଓଡିଆ ହକି ଖେଳାଳି । ତେବେ ପୋଲିସ ତାଙ୍କୁ ଏହି ମୃତ୍ୟୁ ଘଟଣାରେ ପଚରାଉଚୁରା କରିଥିବା ସୂଚନା ମିଳିଛି  ।

ତେବେ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ସନା କରିବା ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ତେବେ ଆଗାମୀ ଦିନରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ମଧ୍ୟ ନିଶ୍ଚୟ ନଜର ରହିବ ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ଫ୍ଲାଟରୁ ସନ୍ଦେହ ଜନକ ଅବସ୍ଥାରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆନନ୍ଦଙ୍କ ମୃତଦେହ ମିଳିବା ପରେ ତାଙ୍କ ବାପା ଅଲମ୍ପିଆନ୍ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । କିନ୍ତୁ ବୀରେନ୍ଦ୍ରଙ୍କ ବିରୋଧରେ ସେତେବେଳେ ଇନଫୋସିଟି ଥାନା ଏତଲା ଗ୍ରହଣ କରିନଥିଲା ।

ଏହାପରେ ଏହି ଘଟଣାକୁ ନେଇ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ସାନା କରିଥିଲେ । ଏମିତି ଏହି ଘଟଣାରେ ବୀରେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ନକରିବାକୁ ଆଇଆଇସିଙ୍କ ଉପରେ ବଡ ବଡ ଅଧିକାରୀ ଚାପ ପକାଇଥିବା କଥା ମଧ୍ୟ କହିଥିଲେ ଆନନ୍ଦଙ୍କ ବାପା ।