ଚିଲିକାରେ ବଢ଼ୁଛି ବିଦେଶୀ ପକ୍ଷୀ ଶିକାର: ୨ ସପ୍ତାହରେ ୮ ଶିକାରୀ ଗିରଫ, ଜବତ ହେଲାଣି ୨୭ରୁ ଅଧିକ ମୃତ ବିଦେଶୀ ପକ୍ଷୀ

155

କନକ ବ୍ୟୁରୋ: ଚିଲିକାରେ ବଢୁଛି ପକ୍ଷୀ ଶିକାର । ଶିତ ଋତୁ ଆସିଲେ ଜଳବାୟୁ ଓ ଖାଦ୍ୟ ଅନେଶ୍ୱଣ ପାଇଁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଚିଲିକାର ବିଭିନ୍ନ ଅଂଚଳରେ ପକ୍ଷୀମାନେ ଦଳ ଦଳ ହୋଇ ବିଚରଣ କରିଥାଆନ୍ତି । ଅନ୍ୟପଟେ ଏବେ ଏହି ଅଂଚଳରେ ପକ୍ଷୀ ଶିକାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗତ ଦୁଇ ସପ୍ତାହ ଭିତରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ୮ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ୨୭ରୁ ଉଦ୍ଧ୍ୱର୍ ମୃତ ବିଦେଶୀ ପକ୍ଷୀ ଜବତ କରିଛନ୍ତି ।

ସୁଚନା ଅନୁସାରେ ଟାଙ୍ଗୀ ରେଂଜ ବନ୍ୟପ୍ରାଣୀ ବିଭାଗ ଗତ ୧୪ ତାରିଖରେ ୭ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ମଙ୍ଗଳାଯୋଡ଼ିର ଭାଗବତ ବେହେରା ଓ ବାହୁଡ଼ା ବେହେରାଙ୍କୁ ଗିରଫ କରିଥିଲା । ଗୋଟିଏ ଡ଼ଙ୍ଗା ଭିତରୁ ପକ୍ଷୀ ଗୁଡ଼ିକୁ ଜବତ କରିଥିଲା ବନ୍ୟପ୍ରାଣୀ ବିଭାଗ । ସେହିପରି ନଭେମ୍ବର ୨୮ ତାରିଖରେ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିଲା । ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ଗବଢୁଥିବା ବେଳେ ଏଥିରେ ରୋକ ଲଗାଇବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।