ପାକିସ୍ତାନ କରାଚୀରେ ଭୟଙ୍କର ବିସ୍ଫୋରଣ, ୧୦ ଜଣଙ୍କ ମୃତ୍ୟୁ

195

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ପାକିସ୍ତାନର କରାଚୀ ସହର । ଏଠାରେ ଏକ ଭୟଙ୍କର ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ମିଡିଆରୁ ସୂଚନା ମିଳିଛି । ଏହାସହ ଏହି ବିସ୍ଫୋରଣରେ ଅନେକ ଲୋକ ଗୁରୁତର ହୋଇଥିବା କୁହାଯାଇଛି   ।

 

ସୂତ୍ର ସୂଚନା ମୁତାବକ କରାଚୀର ସେରସା ପରଚା ଛକଠାରେ ଥିବା ଏକ କୋଠାଘରେ ଶନିବାର ଅପରାହ୍ନରେ ହଠାତ ବିସ୍ଫୋରଣ ହୋଇଥିଲା । କେହି କିଛି ବୁଝିବା ଆଗରୁ ପୁରା କୋଠାରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ପୋଡି ହୋଇ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି । ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ବିସ୍ଫୋରଣ ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ କି ଏନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ ।