ଓଡିଶାରେ ବିଜେପି ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ ବସିଛି ବୈଠକ । ବୈଠକରେ ପହଂଚିଲେ ଅମିତ ଶାହା

184

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଛି ବିଜେପି କୋର୍ କମିଟିର ବୈଠକ । ଓଡ଼ିଶାର ବିଜେପି ପ୍ରାର୍ଥୀ ଚୟନ ପାଇଁ ବସିଛି ଏହି ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଓଡ଼ିଶା ବିଜେପି ପ୍ରଭାରୀ ସାମିଲ ଅଛନ୍ତି । ଓଡ଼ିଶା ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲେଚନା ଚାଲିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଂଚିଥିବା ସୂଚନା ମିଳିଛି । କୁହାଯାଉଛି-ବୈଠକରେ ଓଡିଶାର ବିଜେପି ଟିକେଟ୍ ନେଇ ଚୂଡାନ୍ତ ହୋଇପାରେ । ପୂର୍ବରୁ ଭାରତୀୟ ଜନତା ପାର୍ଟି ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବାକିଥିବା ୩ ଲୋକସଭା ସମେତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ବଜିବ ମୋହର । ସେହିପରି ବିଜେପି ଘୋଷଣା କରିପାରେ ବିଧାନସଭା ପ୍ରାର୍ଥୀ ତାଲିକା । ବିଧାନସଭା ଓ ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଗସ୍ତରେ ଅଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ୩ ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ବୈଠକରେ ଆଲୋଚନା ଚାଲିଛି ।