କଂଗ୍ରେସକୁ ଆଉ ଏକ ଝଟକା । ଦଳ ଛାଡିଲେ ପୂର୍ବତନ ବିଧାୟକ ସରେନ୍ଦ୍ର ସିଂ ଭୋଇ

527

କନକ ବ୍ୟୁରୋ : କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପତି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ଧରି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରେ ରହିଆସିଥିଲେ । ୨୦୦୯ରୁ ୨୦୧୪ ଯାଏଁ ସେ ଟିଟିଲାଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ଓ ୨୦୧୯ରେ ଟୁକୁନି ସାହୁଙ୍କ ଠାରୁ ହାରିଯାଇଥିଲେ । କୁହାଯାଉଛି ଅଶୋକ ନନ୍ଦଙ୍କୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ଆଡହକ ସଭାପତି ଘୋଷଣା କରିବା ପରେ ସେ ଅସନ୍ତୁଷ୍ଟ ଥିଲେ । କିଛି ଦିନ ତଳେ ଅଧିରାଜ ପାଣିଗ୍ରାହୀ ଓ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।