ବନ୍ୟା ଭିତରେ ଗୋପରୁ ଆସିଲା ବନ୍ୟା ବିପନ୍ନଙ୍କ ବିକଳ ଚିତ୍ର । କୁଶଭଦ୍ରା ନଈବନ୍ଧରେ ଆଶ୍ରୟ ନେଇଛନ୍ତି ଉଭୟ ମଣିଷ ଓ ଗୃହପାଳିତ ପଶୁ

113

କନକ ବ୍ୟୁରୋ : ପୁରୀ ଜିଲ୍ଲା କୁଶଭଦ୍ରା ନଦୀରେ ବନ୍ୟା ପାଣି ଆସିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୨୦ ରୁ ଅଧିକ ପରିବାର ନଦୀ ବନ୍ଧରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । କୁଶଭଦ୍ରା ନଦୀର ଖଣ୍ଡିଆକୁଦ ଗାଁରେ ଘାଇ ହୋଇଥିବା ଲୋକଙ୍କ ଦୁର୍ଦଶା ବଢିଯାଇଛି ।
ଗାଈ ଗୋରୁ, ଛେଳି ମେଣ୍ଡା ସହ ଲୋକମାନେ ଏକାଠୀ ଜୀବନ ବତାଉଛନ୍ତି । କିଏ ଖୋଲା ଆକାଶ ତଳେ ବନ୍ଧରେ ଶୋଇଛି ତ କିଏ ମେଣ୍ଡା ସହ ଏକାଠି ରହୁଛି । ଆଉ କିଏ ମଂଚା ଉପରେ ଶୋଇଛି । ଗତକାଲି ରାତିରେ ଡଙ୍ଗାରେ ଯାଇ ଆମ ପ୍ରତିନିଧି ଅସୁଥିବାରେ ଥିବା ଲୋକଙ୍କ ଅସୁବିଧା ପଚାରି ବୁଝିଛନ୍ତି । ପାଣି ମାଡି ଆସିବା ଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ସବୁଠୁ ବଡ କଥା ହେଲା ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ଏହି ବନ୍ୟା ପୀଡିତଙ୍କୁ କୌଣସି ପ୍ରକାର ସୁବିଧା ମିଳିପାରିନାହିଁ ।