ହିମାଚଳପ୍ରଦେଶରେ ବର୍ଷା ତାଣ୍ଡବ । ଧସିଲା ପାହାଡ, ମାଟିତଳେ ଦବିଗଲେ ଗୋଟିଏ ପରିବାରର ୭ଜଣ

100

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଶୁକ୍ରବାର ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲା ତାଣ୍ଡବ ରଚିଛି ବର୍ଷା । ଗତକାଲି ବିଳମ୍ବିତ ରାତିରେ ମଣ୍ଡି ଜିଲ୍ଲାର ଗୋହର ଉପଡିଭିଜନର ପଞ୍ଚାୟତ କାଶାନର ଜାଡନ ଗାଁରେଏକ ପାହାଡ ଧସିବାରୁ ଗୋଟିଏ ପରିବାରର ୭ ଜଣ ସଦସ୍ୟ ମାଟି ତଳେ ଚାପି ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପରିବାରର ସମସ୍ତ ସଦସ୍ୟ ଖେମ ସିଂଙ୍କ ଦୁଇ ମହଲା ଘରେ ଗଭୀର ନିଦ୍ରାରେ ଶୋଇଥିଲେ। ଏହି ସମୟରେ, ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସି ଘର ଭୁଷୁଡି ପଡଇଥିଲା । ଫଳରେ ୭ଜଣ ସଦସ୍ୟ ମାଟି ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ହିମାଚଳପ୍ରଦେଶର ପ୍ରବଳ ଭୂସ୍ଖଳନ ହେତୁ ଅନେକ ରାସ୍ତା ବନ୍ଦ କରାଯାଇଛି। ପବ୍ଲିକ୍ ୱାର୍କସ୍ ବିଭାଗର ଜେସିବି ମେସିନ୍ ରାସ୍ତା ଖୋଲିବାରେ ନିୟୋଜିତ ହୋଇଛି। ଏସଡିଏମ ଗୋହର ରମଣ ଶର୍ମା କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ବନ୍ଦ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ରହିଛି ।