ଆଜି ପଶ୍ଚିମ ଓଡିଶାରେ ବର୍ଷା ଜନିତ ସର୍ବାଧିକ ପ୍ରଭାବ । ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

321

କନକ ବ୍ୟୁରୋ : ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ପଶ୍ଚିମ ଓଡିଶାରେ ବର୍ଷା ଜନିତ ସର୍ବାଧିକ ପ୍ରଭାବ ରହିବ । ପଶ୍ଚିମ ଓଡିଶାର ୮ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବେବଗଡ, ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଅଞ୍ଚଳରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି । ଗତ ୬ଘଣ୍ଟାରେ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗଭୀର ଅବପାତ ଗତି କରୁଛି । ଝାଡଖଣ୍ଡ, ଉତ୍ତର ଓଡିଶା ତଥା ଉତ୍ତର ଛତିଶଗଡ ଦେଇ ମଧ୍ୟପ୍ରଦେଶ ମୁହାଁ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି ।