କନକ ବ୍ୟୁରୋ: ଯୋରନ୍ଦା ଗାଦୀ ବିବାଦର ଅନ୍ତ କଲେ ଫାଇଭ-ଟି ସଚିବ । ଫାଇଭ-ଟି ସଚିବ ଯୋରନ୍ଦା ଗଲେ, ବକଳଧାରୀ ଓ କୌପିନ୍ଧାରୀଙ୍କ ସହ ବସି ଆଲୋଚନା କଲେ ଏବଂ ପୀଠ ପାଇଁ ପ୍ୟାକେଜ ଘୋଷଣା କରି ବିବାଦର ସମାଧାନ ପାଇଁ ବାଟ ବାହାର କଲେ । ବକଳଧାରୀ ଓ କୌପିନ୍ଧାରୀ ବାବାଙ୍କ ମନ ମିଶାଇ ଦେଇଛନ୍ତି ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ମଧ୍ୟାହ୍ନରେ ଫାଇଭ–ଟି ସଚିବ ଢେଙ୍କାନାଳ ସ୍ଥିତ ଯୋରନ୍ଦା ଗାଦିରେ ପହଂଚି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କଲୁରିଆ ବ୍ରାହ୍ମଣୀ ନଦୀ ଉପରେ ତିଆରି ପୋଲକୁ ମହିମା ସେତୁ ନାମରେ ନାମିତ କରାଯାଇଥିବା କହିଛନ୍ତି ସଚିବ । ଯୋରନ୍ଦା ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ରୂପାନ୍ତର କରିବାକୁ ପୂର୍ବରୁ ଘୋଷିତ ୧୦କୋଟି ଟଙ୍କା ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୀର୍ଘଦିନର ବିବାଦର ପରେ ଏକାଠି ହୋଇଛନ୍ତି ମହିମା ଧର୍ମର ଦୁଇ ଗୋଷ୍ଠୀ । କୌପୁନୀ ବାବା ଓ ବକଳଧାରୀ ବାବାଙ୍କ ମଧ୍ୟରେ ଦୂର ହୋଇଛି ମନୋମାଳିନ୍ୟ । ଫାଇଭ-ଟି ସିଚବ ଭି.କେ,ପାଣ୍ଡିଆନଙ୍କ ଗସ୍ତ ପରେ ଉଭୟ ମହିମା ସମାଜ ମିଳିମିଶି କାମ କରିବାକୁ ସହମତ ହୋଇଛନ୍ତି । ପାଣ୍ଡିଆନ ଢେଙ୍କାନାଳର ଯୋରନ୍ଦା ଗାଦି ଗସ୍ତ କରି କୌପନୀ ସମାଜକୁ କୌପୀନ ସମାଜଙ୍କୁ ଦିଆଯାଇଥିବା ଜାଗା ଉପରେ ଆୟୋଜିତ ସଭାସ୍ଥଳରେ ପହଂଚି ସମସ୍ୟା ପଚାରି ବୁଝିଥିଲେ । ବକଳ ସମାଜର ବତୀ ମନ୍ଦିର, ଧୂନି ମନ୍ଦିର, କାଗଜ ଘର ବି ପରିଦର୍ଶନ କରିଛନ୍ତି ପାଇଭ-ଟି ସଚିବ । ଯୋରନ୍ଦା ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ରୂପାନ୍ତର କରିବାକୁ ପୂର୍ବରୁ ଘୋଷିତ ୧୦କୋଟି ଟଙ୍କା ଦିଆଯାଇଛି । ଏହି ସମୟରେ ବକଳ ସମାଜର ସଭାପତି ବାବା ନିତ୍ୟାନନ୍ଦ ଦାସ ଓ କୌପୁନି ସମାଜର ସଭାପତି ବାବା ରଘୁନାଥ ଦାଶ ଉପସ୍ଥିତ ଥାଇ ମହିମାଗାଦିର ଉନ୍ନତି ପାଇଁ ମିଳିମିଶି କାମ କରିବେ ବୋଲି କହିଛନ୍ତି ।
ପୂର୍ବରୁ ଜାଗାକୁ ନେଇ କୌପୁନି ସମାଜ ଓ ବକଳ ସମାଜ ମଧ୍ୟରେ ବିବାଦ ଲାଗିରହିଥିଲା । ଗତ ନଭେମ୍ବର ମାସରେ କୌପୁନୀ ସମାଜର ଧୁନି ମନ୍ଦିର ଓ ବତୀ ମନ୍ଦିର ଭଙ୍ଗାଯିବାକୁ ନେଇ ବିବାଦ ତେଜିଥିଲା । ୧୯୪୩ ମସିହାରୁ ମହିମା ଗାଦିରେ କୌପୁନି ସମାଜ ଓ ବକଳ ସମାଜ ମଧ୍ୟରେ ବିବାଦ ମୁଖ୍ୟ ଗାଦି ମନ୍ଦିର ପ୍ରାଙ୍ଗଣରେ କୌପୁନି ସମାଜଙ୍କ ୨୮ ଡେସିମିଲ ଜାଗାରେ ମନ୍ଦିର ଓ ଟୁଙ୍ଗିକୁ ନେଇ ବିବାଦ ଏହାକୁ ହଟାଇବାକୁ ବକଳଧାରୀ କୋର୍ଟ ଯାଇଥିଲେ ମାମଲା ତଳକୋର୍ଟରୁ ଯାଇ ହାଇକୋର୍ଟରେ ପଂହଚିଥିଲା ହାଇକୋର୍ଟ ୨୮ ଡେସିମିଲ ଜାଗାରେ ଥିବା ନିର୍ମାଣଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ କୌପୁନୀ ସମାଜର ଆବେଦନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ ୧୪୪ ଧାରା ଜାରି କରାଯାଇ କୌପୁନି ସମାଜର ବତୀ ମନ୍ଦିର, ଧୁନି ମନ୍ଦିର, ଟୁଙ୍ଗି ଘରକୁ ଭଙ୍ଗା ଯାଇଥିଲା ଏବେ ବିବାଦ ସୁଧୁରିଛି । ବ୍ରହ୍ମଣୀ ନଦୀ ଉପରେ ମହିମା ନେତୁ ନିର୍ମାଣ କରିବାକୁ ବି ଘୋଷଣା ହୋଇଛି ।
ପୂର୍ବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମହିମା ଗାଦିକୁ ଯାଇ ଉଭ୍ୟ ସମାଜର ସୁବିଧା ଅସୁବିଧା ବୁଝିଥିଲେ । ଏବେ ଯୋରନ୍ଦା ଗାଦିରେ ବିବାଦ ତୁଟିବା ପରେ ଉନ୍ନୟନ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।