ରାଜନୀତିରେ ଦେଶର ଦୁଇ ପ୍ରଧାନମନ୍ତ୍ରୀଙ୍କୁ ନେଇ କଳି: ନେହେରୁ ଓ ମୋଦୀଙ୍କ ମଧ୍ୟରେ କିଏ ବଡ଼?

205

କନକ ବ୍ୟୁରୋ: ବିବାଦ, ବିରୋଧ, ଅସନ୍ତୋଷ ଭିତରେ ରବିବାର ଉଦଘାଟିତ ହୋଇଛି ନୂଆ ସସଂଦ ଭବନ । ଉଦଘାଟନ ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଟ୍ୱିଟର ଯୁଦ୍ଧ । ଉଭୟ ଦଳଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ଆରମ୍ଭ ହୋଇଛି ଟ୍ୱିଟର ଯୁଦ୍ଧ । ରବିବାର ନୂଆ ସଂସଦ ଭବନର ଉଦଘାଟନୀ ବେଳେ କଂଗ୍ରେସ ତା’ର ଅଫିସିଆଲ ଟ୍ୱିଟ୍ ପେଜରେ ଏକ ଫଟୋ ପୋଷ୍ଟ କରିଥିଲା । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏକ ବଡ଼ ଫଟୋ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛୋଟ ଫଟୋ ରହିଥିଲା । ଏହି ଫଟୋରେ କ୍ୟାପସନ୍ ଦେଇ କଂଗ୍ରେସ ଲେଖିଥିଲା ‘ଯେତେ ବି ପ୍ରୟାସ କରନ୍ତୁ’ । ଏହି ଫଟୋ ପୋଷ୍ଟ କରି କଂଗ୍ରେସ କହିବାକୁ ଚାହୁଁଛି ଯେ ଯେତେ ପ୍ରୟାସ କଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ପାଖରେ ବରାବର ହୋଇପାରିବେ ନାହିଁ ।

ସେପଟେ କଂଗ୍ରେସ ଟ୍ୱିଟକୁ କାଉଂଟର କରିଛି ବିଜେପି । ବିଜେପି ମଧ୍ୟ ସମାନ ଢଙ୍ଗରେ ଆଉଏକ ଫଟୋ ପୋଷ୍ଟ କରିଛି । ବିଜେପି ପକ୍ଷରୁ ଜବାହରଲାଲ ନେହେରଙ୍କ ଏକ ଫଟୋ ପୋଷ୍ଟ କରାଯାଇଛି । କ୍ୟାପସନରେ ଦଳ ଲେଖିଛି, ‘ନେହେରୁଙ୍କ ସତ’ । ଫଟୋରେ ଗୋଟିଏ କ୍ୟାମେରା ପୂର୍ବତନ ପ୍ରଧାନମନ୍ତ୍ରୀ ଉପରେ ଫୋକସ କରାଯାଇଥିବା ଦେଖିବାକୁ ମିଳିଛି ଏବଂ ଫଟୋରେ ଲେଖାଯାଇଛି, ‘ରିଲ୍ ଭର୍ସେସ୍ ରିଅଲ’ । ଅର୍ଥାତ୍ ବିଜେପି ରିଅଲ୍ ଓ ରିଲ୍ ଲାଇଫରେ ନେହେରୁଙ୍କୁ ଚିତ୍ରଣ କରିଛି । ବିଜେପି ପକ୍ଷରୁ ଜାରି ଫଟୋର କ୍ୟାମେରା ଆଗରେ ପଣ୍ଡିତ ନେହେରୁଙ୍କ ପଦକୁ ବଡ଼ ବୋଲି ଦର୍ଶାଯାଇଛି । କିନ୍ତୁ ଦ୍ୱିତୀୟ କ୍ୟାମେରା ଓ କ୍ୟାମେରା ତଳେ ତାଙ୍କର ଏକ ଛୋଟିଆ ଫଟୋ ରଖାଯାଇଛି । ବିଜେପି ଏହି ଫଟୋ ସହ ଲେଖିଛି ‘ନେହେରୁଙ୍କ ସତ’ । ଅର୍ଥାତ୍ ବିଜେପି କହିବାକୁ ଚାହୁଁଛି ଯେ ରିଅଲ୍ ଲାଇଫରେ ନେହେରଙ୍କ ପଦ ବଡ଼ । କିନ୍ତୁ ରିଲ୍ ଲାଇଫରେ କଂଗ୍ରେସ ତାଙ୍କୁ ବଡ଼ ବୋଲି ଦର୍ଶାଇଛି ।

କଂଗ୍ରେସ ଓ ବିଜେପିର ଏହି ଆକ୍ରମଣ-ପାଲଟା ଆକ୍ରମଣ ପଛର କାରଣ ହେଉଛି ହସ୍ତାନ୍ତରର ପ୍ରତୀକ ସେଙ୍ଗୋଲକୁ ନେଇ । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଲୋକସଭା ଗୃହରେ ଐତିହାସିକ ‘ସେଙ୍ଗୋଲ’ର ସ୍ଥାପନା କରିଥିଲେ । ଏହାକୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବିରୋଧ କରି କରିଥିଲେ ।