ଦେଶର ପ୍ରଥମ ଘରୋଇ ଟ୍ରେନର ପୂରା କାହାଣୀ । କଣ ଥିଲା ପ୍ରଥମ ଘରୋଇ ଟ୍ରେନର ନାମ ? ଯାତ୍ରୀଙ୍କ ପାଇଁ କଣ ରହିଛି ସ୍ୱତନ୍ତ୍ର ସୁବିଧା

6,242

କନକ ବ୍ୟୁରୋ : ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଭାରତରେ ଏକ୍ସପ୍ରେସ, ଲୋକାଲ, ସୁପରଫାଷ୍ଟ ଭଳି ଟ୍ରେନ ଯାତ୍ରା କରିଥାଏ । ତେବେ ଭାରତୀୟ ରେଲୱେ ନିଜର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତ ହେଉଛି ବିଶ୍ୱର ଚତୁର୍ଥ ଏବଂ ଏସୀଆରେ ଦ୍ୱିତୀୟ ବୃହତମ ରେଳ ନେଟୱର୍କ । ପ୍ରତିଦିନ ୧୩ ହଜାରରୁ ଅଧିକ ଟ୍ରେନ ଚଳାଚଳ କରୁଥିବାବେଳେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ଭାରତୀୟ ରେଳ ମନ୍ତ୍ରାଳୟ ଦ୍ୱାରା ‘ଅମୃତ ଭାରତ ଷ୍ଟେସନ ସ୍କିମ’ ଆରମ୍ଭ କରାଯାଇଛି । ଯେଉଁଥିରେ ୧ ହଜାରରୁ ଅଧିକ ରେଳ ଷ୍ଟେସନକୁ ହାଇଟେକ କରାଯାଇଛି । ତେବେ ଏହି ଯୋଜନା ଅଧିନରେ ଏକ ପ୍ରାଇଭେଟ ଟ୍ରେନ ମଧ୍ୟ ରହିଛି ।

ଯଦି ଆମେ କହିବା ତାହେଲେ ଦେଶର ଅଧିକାଂଶ ଲୋକଙ୍କୁ ଆଜି ମଧ୍ୟ ଜଣାନାହିଁ କି ପ୍ରାଇଭେଟ ଟ୍ରେନ ରହିଛି । ତେବେ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନର ନାମ ହେଉଛି ‘ଭାରତ ଗୌରବ ଏକ୍ସପ୍ରେସ’ । ଯାହାକି ୨୦୨୧ ମସିହାରେ ଲଂଚ ହୋଇଛି । ଏହାକୁ ଲିଜରେ ନେଇ ଟୁରିଷ୍ଟଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଏହି ଟ୍ରେନଟି ସ୍ୱତନ୍ତ୍ର ଡିଜାଇନ ଅଧୀନରେ ପ୍ରସ୍ତୁତ ହୋଇଛି    । ଯେଉଁଥିରେ ସାଧାରଣ କୋଠରୀରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାସହ ଟ୍ରେନରେ ଏକ ସ୍ୱତନ୍ତ୍ର ପେଟିଂ୍ର କାର ମଧ୍ୟ ରହିଛି । ଟ୍ରେନର ବାହାରେ ଥିବା ଚିତ୍ର ଗୁଡ଼ିକ ଭାରତ କଳା ସଂସ୍କୃତିକୁ ପ୍ରତିଫଳିତ କରିଥାଏ ।

‘ଭାରତ ଗୌରବ ଏକ୍ସପ୍ରେସ’ ଦିଲ୍ଲୀରୁ ବାହାରି ଦକ୍ଷିଣ ଭାରତର ରାମେଶ୍ୱରମ ପର୍ଯ୍ୟନ୍ତ ଯାଇଥାଏ । ଏହାସହ ଦକ୍ଷିଣ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ଯାଇଥାଏ । ଏହି ଟ୍ରେନ ଥରେ ଯାତ୍ରାରେ ବାହାରିଲେ ୨୦ ଦିନ ପରେ ଫେରିଥାଏ । ୧୫ଶହ ଯାତ୍ରୀ ବିଶିଷ୍ଟ କ୍ଷମତା ରହିଛି । ତେବେ ଦେଶର ଏହି ପ୍ରଥମ ପ୍ରାଇଭେଟ ଟ୍ରେନ କୋଏମ୍ବାଟୁରରୁ ନୀଳ ପତାକା ଦେଖାଇବା ପରେ ବାହାରିଥିଲା ।

ତେବେ ଏହି ଟ୍ରେନ ଚଳାଇବାର ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଯାତ୍ରୀଙ୍କୁ ଭାରତର ଐତିହ୍ୟ ସମ୍ପର୍କରେ ଅବଗତ କରାଇବା ଏହି ଟ୍ରେନ ଚଳାଚଳ କରାଇବାୁ ମୁଖ୍ୟ ଉଦ୍ଦେଶ୍ୟ । ଏହି ଟ୍ରେନର ଭଡ଼ା ରୁଟ ଅନୁଯାୟୀ ସ୍ଥିର କରାଯାଇଥାଏ । ଟ୍ରେନର ଭଡ଼ା କଥା ଯଦି କହିବା ତାହେଲେ ୧୭ ହଜାରରୁ ଏକ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଏହି ଯୋଜନା ମାଧ୍ୟମରେ ଦିଲ୍ଲୀ ସରକାର ବୃଦ୍ଧ ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ଦର୍ଶନ ପ୍ରଦାନ କରୁଛନ୍ତି ।