ବାହାନଗା ଦୁର୍ଘଟଣାର କଷ୍ଟ । ଏମ୍ସରେ ଖଣ୍ଡ ବିଖଣ୍ଡିତ ଶବ ସହ ଦିନ ରାତି ରହୁଛନ୍ତି ଆଟେଣ୍ଡାଣ୍ଟ । ବଖାଣିଲେ ଶବ ଗୃହର କରୁଣ କାହାଣୀ

3,813

କନକ ବ୍ୟୁରୋ: କୋଭିଡଠୁ ବଳିପଡ଼ୁଛି ଏ କଷ୍ଟ । ଖଣ୍ଡବିଖଣ୍ଡିତ ଶବ ସହ ବିତୁଛି ସାରାଦିନ । କାହାର ହାତ , ଗୋଡ଼ ଛିଡ଼ି ପଡ଼ିଛି ତ ଆଉ କାହାର ଖଣ୍ଡବିଖଣ୍ଡିତ ଶରୀରରେ ପୋକ ଲାଗିଯାଇଛି । ସ୍ଥିତି ଏଭଳି ହୋଇଛି ଅନେକଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଇଛି । ଦୁର୍ଗନ୍ଧ ଏଭଳି ଯେ ପାଖରେ ଦଣ୍ଡେ ରହିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି । କିନ୍ତୁ ପଛଘୁଞ୍ଚା ନଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ପରିଜନଙ୍କ ମୁହଁ ଗୋଟି ଗୋଟି କରି ଖୋଲି ଦେଖାଉଛନ୍ତି ଆଟେଣ୍ଡାଣ୍ଟ । ଶବ ଚିହ୍ନଟ ପରେ ଭଲ ଭାବରେ ପ୍ୟାକିଂ କରି ହସ୍ତାନ୍ତର କରାଯାଉଛି । ଆଟେଣ୍ଡାଣ୍ଟ ଭାବରେ ଆମେ ରୋଗୀ ସେବା କରୁ, କିନ୍ତୁ ଶବଗୃହରେ ଜୀବନରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟ କରୁଛୁ ବୋଲି ମଧ୍ୟ କହିଛନ୍ତି ସେମାନେ ।

ଏମ୍ସରେ କାର୍ଯ୍ୟରତ ଅନେକ ଆଟେଣ୍ଡାଣ୍ଟଯେଉଁମାନେ ମୁଖ୍ୟତଃ ରୋଗୀ ସେବା କରନ୍ତି,ଷ୍ଟ୍ରେଚର ବୋହିରେ ସହଯୋଗ କରନ୍ତି, ସେମାନଙ୍କ ବର୍ତମାନ ଶବ ସଂରକ୍ଷଣ ଏବଂ ହସ୍ତାନ୍ତରଣ କାର୍ଯ୍ୟ ଦିଆଯାଇଛି । ପରିସ୍ଥିତିର ଆବଶ୍ୟକତାକୁ ଅନୁଭବ କରି ଆଟେଣ୍ଡାଣ୍ଟ ଏହି କାର୍ଯ୍ୟ କରୁଛନ୍ତି ।