ବାପା ଦାଦନ, ଝିଅ ଟପ୍ପର । ଗଞ୍ଜାମ ଆସିକାରୁ ଆସିଲା ସଫଳତାର ଚିତ୍ର

1,029

କନକ ବ୍ୟୁରୋ : ସମସ୍ତ ପ୍ରତିବନ୍ଧକ ସତ୍ୱେ ଝିଅକୁ ପାଠ ପଢାଇଥିଲେ । ଆଉ ସେହି ଝିଅ ଏବେ ମାଟ୍ରିକ ପରୀକ୍ଷାରେ ୫୪୦ ମାର୍କ ରଖି ଟପ୍ପର ହୋଇଛନ୍ତି । ତାଙ୍କ ନା ପ୍ରିୟଙ୍କା ଗୌଡ । ବାପା କୃଷ୍ଣ ଗୌଡ ଜଣେ ଦାଦନ ଶ୍ରମିକ । ଯିଏକି ସୁଦୂର ସୁରଟରେ ଶ୍ରମିକ ଭାବେ ଦାଦନ ଖଟନ୍ତି । ଆଉ ଆଜି ଝିଅର ସଫଳତା କୃଷ୍ଣ ଗୌଡଙ୍କୁ ଦେଇଛି ନୂଆ ପରିଚୟ ।

ନିଜର ବ୍ୟକ୍ତିତ୍ୱ ବା କାମ ପାଇଁ ସେ ଯେତିକି ପରିଚୟ ପାଇଥିଲେ ତା ଅପେକ୍ଷା ନିଜ ଝିଅର ସଫଳତା ପାଇଁ କୃଷ୍ଣ ବେଶ ପରିଚିତ ହୋଇଛନ୍ତି । ଗଂଜାମ ଧରାକୋଟ ବ୍ଲକରେ ମୋଟ ୧୯ଟି ହାଇସ୍କୁଲରେ ୧୦୮୭ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୭୮ ଜଣ ଉତୀର୍ଣ୍ଣ ହୋଇଛନ୍ତି । ୯ ଜଣ ପିଲା ଫେଲ ହୋଇଛନ୍ତି । ବ୍ଲକର ପ୍ରିୟଙ୍କା ଗୌଡ ଜଣେ ମାତ୍ର ୫୪୦ ମାର୍କ ରଖି ଏ-୧ ରେ ପାସ୍ ହୋଇଛନ୍ତି । ସେ ଧରାକୋଟ ସ୍ଥିତ ସରକାରି ଶ୍ରରାଜ ନୋଡାଲ ବିଦ୍ୟାଳୟରେ ପଢୁଥିଲେ । ରାଜ୍ୟରେ ୯୬ ଦଶମିକ ୪ପ୍ରତିଶତ ପାସ୍ ହାର ରହିଥିବା ବେଳେ ପୁଅଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଝିଅ । ୩ ହଜାର ୨୨୨ ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ରହିଛି ।