ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି । ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ଅନୁଭୂତ ହେବ ତାତି

124

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଆହୁରି ୪ ଦିନ ପଶ୍ଚିମ ଓଡିଶାରେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ୪୪.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ଉତପ୍ତ ସହର ପାଲଟିଥିବା ବେଳେ ରାଜ୍ୟର ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ନୂଆପଡା, ସମ୍ବଲପୁର, ଝାରସୁଗୁଡା ଓ ହୀରାକୁଦରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଏହାରି ଭିତରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଘଡଘଡି ସହ ବର୍ଷା ହୋଇଛି । ଆଜି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ଉତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।