ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ, ଆଗକୁ ହୋଇପାରେ ଦରଦାମ ବୃଦ୍ଧି।

130

କନକ ବ୍ୟୁରୋ: କିଛି ଦିନ ହେବ ବିଟ୍ରେନ ସହିତ ୟୁରୋପରେ ବିଭିନ୍ନ ଦେଶରେ ଭୀଷଣ ଗରମ ସାଙ୍ଗକୁ ପ୍ରଚଣ୍ଡ ତାତି ଅନୁଭୁତ ହେଉଛି । ସ୍ଥିତି ଏଭଳି ହୋଇଛି କି ୟୁରୋପିଆନ ୟୁନିୟନ ଓ ବ୍ରିଟେନର ପ୍ରାୟ ୬୦ ପ୍ରତିଶତ ସ୍ଥାନ ଏବେ ମରୁଡି ସମସ୍ୟା ଦେଇ ଗତିକରୁଛି । ଯାହା ଦ୍ୱାରା ପାଖାପାଖି ୨କୋଟି ଲୋକ ପ୍ରଭାବିତ ହେଉଛନ୍ତି । ଆଗକୁ ଆହୁରି ଦେଢକୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ସେତିକି ନୁହେଁ ସ୍ୱଳ୍ପ ବୃଷ୍ଟି ପାଇଁ ଚାଷ ଓ ଫସଲ ପ୍ରଭାବିତ ହେବାରୁ ଆଗକୁ ଦରଦାମ ବୃଦ୍ଧି ମଧ୍ୟ ହୋଇପାରେ ।

ୟୁକେ ସେଂଟର ଫର ଇକୋଲୋଜି ଆଣ୍ଡ ହାଇଡ୍ରୋଲୋଜିର ସୂଚନା ଅନୁସାରେ ଆବଶ୍ୟକତାଠାରୁ ଅଧିକ ତାପମାତ୍ରା ଓ କମ ବର୍ଷା କାରଣରୁ ଅକ୍ଟୋବର ସୁଦ୍ଧା ବିଟ୍ରେନରେ ବିଶେଷ ଭବେ ଇଂଲଣ୍ଡରେ ସଙ୍କଟ ଆହୁରି ବଢିପାରେ । ପ୍ରବଳ ଗରମ ଓ ମରୁଡି କାରଣରୁ ୟୁରୋପରେ ଫସଲ ଉପରେ ମଧ୍ୟ ସଙ୍କଟ ଦେଖିବାକୁ ମିଳିଛି । ୟୁରୋପୀୟ କମିଶନ ସାଇନ୍ସ ସର୍ଭିସ ଅନୁସାରେ ଏଥରକ ୫ବର୍ଷର ହାରଠାରୁ କମ ଫସଲ ହୋଇଛି । ୟୁରୋପରେ ଜୁଲାଇ ମାସରେ ଜଳସ୍ତର ଖୁବ ତଳେ ପହଁଚଯାଇଛି ।