ଏଲନ୍ ମସ୍କଙ୍କ ଟ୍ରାନ୍ସଜେଣ୍ଡର ସନ୍ତାନଙ୍କ ଆବେଦନ । ପରିଚୟ ବଦଳାଇବାକୁ ବାପା ଏଲନଙ୍କଠାରୁ ତୁଟାଇବାକୁ ଚାହାଁନ୍ତି ସମ୍ପର୍କ ।

144

କନକ ବ୍ୟୁରୋ: ସବୁବେଳେ ବିଶ୍ୱ ବ୍ୟବସାୟରେ ଚର୍ଚ୍ଚାରେ ରହିଆସୁଥିବା ଏଲନ୍ ମସ୍କ ଏବେ ନିଜ ସନ୍ତାନଙ୍କୁ ନେଇ ଚର୍ଚ୍ଚାରେ । କାରଣ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ପୁଅ ନିଜର ଜେଣ୍ଡର ପରିବର୍ତ୍ତନ କରି ଏବେ ଝିଅ ହୋଇଯାଇଛନ୍ତି । ଏବେ ସିଏ ପୁଅରୁ ଝିଅ ହୋଇଛନ୍ତି । ନିଜର ନୂଆ ପରିଚୟ ପାଇଁ ସେ ଅଦାଲତରେ ଆବେଦନ କରିଥିଲେ । କେବଳ ସେତିକି ନୁହେଁ ବାପା ଏଲନ୍ ମସ୍କଙ୍କ ଠାରୁ ସବୁ ସମ୍ପର୍କ କାଟିବାକୁ ମଧ୍ୟ ଆବେଦନ କରିଛନ୍ତି ।

PlainSite.org ରେ ଥିବା ଦସ୍ତାବିଜ ଅନୁସାରେ, ନିକଟରେ ଏଲନ୍ ମସ୍କଙ୍କ ୧୮ ବର୍ଷର ପୁଅ ଜାଭିଅର ଆଲେକଜାଣ୍ଡାର୍ ମସ୍କ ନିଜ ଜେଣ୍ଡର ପରିବର୍ତ୍ତନ କରି ପୁରୁଷରୁ ମହିଳା ହୋଇଛନ୍ତି । ଏଥିପାଇଁ ସେ ନିଜର ନୂଆ ନାଁ ରେଜିଷ୍ଟ୍ରାର କରାଇବାକୁ କୋର୍ଟରେ ଆବେଦନ ପତ୍ର ଦାଖଲ କରିଛନ୍ତି । ତେବେ ତାଙ୍କ ନାଁକୁ ଅନଲାଇନ୍ ଡକ୍ୟୁମେଣ୍ଟରେ ବଦଳାଇଦିଆଯାଇଛି । ତାଙ୍କ ମା’ ଜଷ୍ଟିନ୍ ବିଲ୍ସନ୍, ଯିଏ ଏଲନଙ୍କଠାରୁ ୨୦୦୮ରେ ଛାଡପତ୍ର ନେଇଥିଲେ । ତେବେ ଏହି ଘଟଣାକୁ ନେଇ ଏନ୍ ମସ୍କ କିମ୍ବା ତାଙ୍କର କୌଣସି ଅଧିକାରୀ କିଛି ମତପ୍ରକାଶ କରିନାହାଁନ୍ତି ।