ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା : କାହାକୁ ଦେବେ ଭୋଟ୍ ଚିନ୍ତାରେ କଂଗ୍ରେସ ନେତା; ସୁର ରାଉତରାୟ କହିଲେ, ଆଗ ପାର୍ଟି ତା ପରେ ମାଟି

988

କନକ ବ୍ୟୁରୋ : ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ୱନ୍ଦ୍ୱରେ ପଡିଯାଇଛି ରାଜ୍ୟ କଂଗ୍ରେସ । ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ କାହାକୁ ଭୋଟ୍ ଦେବେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି ନେତା ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗ ପାର୍ଟି ତା ପରେ ମାଟି । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଦ୍ଧା ଭୋଟ୍ ଦେଇନପାରନ୍ତି ବୋଲି କହିଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ଜିତାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଓଡ଼ିଆ ହେଲେ ବି ପାର୍ଟି କଥା ଶୁଣିବେ ବୋଲି କହିଛନ୍ତି ସୁର ରାଉରତାୟ ।