ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ କଲା ଏନଡିଏ ? କାରଣ କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

747

କନକ ବ୍ୟୁରୋ : ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ କଲା ଏନଡିଏ ? ଏହାର କାରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସେ କହିଛନ୍ତି, ଆଦିବାସୀ ସଂପ୍ରଦାୟରୁ କେହି ରାଷ୍ଟ୍ରପତି ହୋଇନାହାନ୍ତି । ତେଣୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଦିବାସୀ ସଂପ୍ରଦାୟକୁ ଗୁରୁତ୍ୱ ଦିଆଯାଇଥିଲା । ଦ୍ରୌପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହା ଦ୍ୱାରା ଆଦିବାସୀ ସମାଜ ବିଜେପିକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବେ ।

ଏହା ସହ ଦ୍ରୌପଦୀ ମୁର୍ମୁ ଜଣେ ଆଧ୍ୟାତ୍ମିକ ମହିଳା । ତାଙ୍କୁ କାମ କରିବା ଶୈଳୀ ଅଲଗା । ସେଥିପାଇଁ ତାଙ୍କୁ ଏହି ସୁଯୋଗ ମିଳିଲା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହା ସହ ବିଜେଡି ସମର୍ଥନ ପ୍ରସଙ୍ଗରେ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଏନଡିଏକୁ ସମର୍ଥନ କରିଛି । ତେଣୁ ରାଷ୍ଟ୍ରହିତ ପାଇଁ ବିଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ସ୍ୱଭାବିକ ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ହେବା ପରେ ତାଙ୍କର ସୁରକ୍ଷା ବଢାଇ ଦଆଯାଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଛନ୍ତି କେନ୍ଦ୍ର ସରକାର । ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଂଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।