ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।

85

କନକ ବ୍ୟୁରୋ: ବାଙ୍କୀ ଭଗିପୁର ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଆସି ମହାନଦୀ ପାର ହୋଇ ଆସିଛନ୍ତି ହାତୀ ପଲ । ଏହା ପରେ ଭଗିପୁର ଅଂଚଳରେ ହୋଇଥିବା ଚାଷ ଜମିରେ ପଶି ପନିପରିବା ନଷ୍ଟ କରିଛନ୍ତି । ଏହା ପରେ ଭୋର ସମୟରେ ହାତୀ ପଲ ବାଙ୍କୀ-କଟକ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ଫଳରେ ଘଂଟାଏ ଧରି ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଥିଲା ।