ଜୟପୁରରେ ଭାଲୁ ଆତଙ୍କ । ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ । ସଂଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ ।

196

କନକ ବ୍ୟୁରୋ: ଗାଁ ଭିତରେ ପଶିଲା ଭାଲୁ । ଗୋଟିଏ କି ଦୁଇଟି ନୁହଁ ଏକାଥରକେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନ ହେଉ କି ରାତି କେତେବେଳେ ଯାତାୟତ କରୁଥିବା ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଭିତରେ ପଶୁଛି ଭାଲୁ । ଜୟପୁର ବ୍ଲକର ସିନ୍ଧିଗା ହଡ଼ିଆ ଓ ପୁଟ୍ରା ଗାଁରେ ଭାଲୁ ବୁଲଥିବାରୁ ଭୟରେ ଗ୍ରାମବାସୀ ସଂଧ୍ୟା ହେଉ ହେଉ ତାଟି କବାଟ ପକାଇ ଦେଉଛନ୍ତି । ରାତିରେ ଗାଁରେ ରାସ୍ତାରେ ଭାଲୁ ଶୋଇ ରହୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି ।