ମହୁଲପୋଚ ଖାଇ ମାତାଲ ହାତୀ: ଦୀର୍ଘ ସମୟ ଧରି ଶୋଇବା ପରେ ଜଙ୍ଗଲକୁ ଗଲେ ୨୪ ହାତୀ

483

କନକ ବ୍ୟୁରୋ: କାଜୁ ଜଙ୍ଗଲ । ହାତୀ ଶୋଇ ରହିଛନ୍ତି, ଆଉ ଆଖପାଖରେ ବିନା ଭୟରେ ହୋହଲ୍ଲା କରୁଛନ୍ତି ଲୋକେ । କୁହାଯାଉଛି, ମହୁଲ ପୋଚ ପିଇ ମାତାଲ ହେବା ପରେ ଶୋଇପଡିଛନ୍ତ ହାତୀପଲ । କିଛି ଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଂଜ ଅଂଚଳରେ ଉତ୍ପାତ କରୁଥିଲେ । ହେଲେ ସକାଳୁ ସକାଳୁ ସ୍ଥାନୀୟ ଲୋକେ ହାତୀ ଗୁଡ଼ିକ ଏଣେ ତେଣେ ଶୋଇ ରହିଥିବାର ଦେଖିବାକୁ ପାଇଥିଲେ । ସେପଟେ ଏହି ଘଟଣାକୁ ସମ୍ପୁର୍ଣ୍ଣ ଅସ୍ୱୀକାର କରିଛନ୍ତି ପାଟଣା ରେଂଜର ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଙ୍ଗଲରେ ଲୋକେ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚ ରଖିଥିଲେ । ଆଉ ଏସେହି ମହୁଲ ପୋଚ ଖାଇ ହାତୀ ନିଶାରେ ମାତାଲ ହୋଇ ଶୋଇପଡ଼ିଥିଲେ । ବର୍ତମାନ ଏହି ହାତୀ ପଲ ସଂପୃକ୍ତ ସ୍ଥାନରୁ ଉଠି ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ କହିବା କଥା ହେଲେ, ଯେଉଁଠି ମଦ ରନ୍ଧାଯାଇଥାଏ । ସେହି ସ୍ଥାନ ପ୍ରତି ହାତୀଙ୍କ ଆକର୍ଷଣ ରହିଥାଏ । ତେଣୁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ କୁହାଯାଇଥାଏ, ହାତୀ ଚଳପ୍ରଚଳ କରୁଥିବା ସ୍ଥାନରେ ମଦଭାଟି ନରହିବା ଉଚିତ । ତେବେ ଏତେ ହାତୀ ମାତାଲ ହେବା ଘଟଣା ବିରଳ । ଏହାଦ୍ୱାରା ହାତୀଙ୍କ କିଛି ବିଶେଷ କ୍ଷତି ହେବାର ନାହିଁ । ଘଟଣା ସ୍ଥଳରେ ବନବିଭାଗ ଟିମ୍ ପହଂଚି ଅନୁଧ୍ୟାନ କରିଛନ୍ତି । ଆଉ କେନ୍ଦୁଝରରେ ହାତୀଙ୍କ ଏଭଳି ଆଚରଣ ଚର୍ଚ୍ଚାର ବିଷୟ ପାଲଟିଛି ।