ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨ ଦିନରେ ନେଇପାରେ ସୁଦୃଶ୍ୟ ଲଘୁଚାପର ରୂପ

1,112

କନକ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଭାରତ ମହାସାଗର ପାଶ୍ୱବର୍ତି ବିଷୁବ ରେଖା ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ର ପତନ ଠାରୁ ୭ ଦଶମିକ ୬ କିଲୋମିଟର ପର୍ୟ୍ୟନ୍ତ ବ୍ୟାପି ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନିଭୂତ ହୋଇ ସୁଦୃଶ୍ୟ ଲଘୁଚାପର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୧୨ ତାରିଖ ମଧ୍ୟରେ ଏହା ଉତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ – ପୁଡୁଚେରୀ ଉପକୂଳ ମୁହାଁ ହୋଇପାରେ । ସେପଟେ ବଙ୍ଗୋପସାଗରରେ ଆଗକୁ ଆହୁରି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଶଙ୍କା କରିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ୱିଣ୍ଡି । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ସୂଚନା ଦେଇନାହିଁ ।