ଛାତ୍ର ସଂସଦ ନିର୍ବାଚନର ଆସିଲା ରେଜଲ୍ଟ : ରମାଦେବୀରେ ବିସିଜେଡିକୁ ମାତ ଦେଲା ଷ୍ଟୁଡେଂଟ ଭଏସ୍

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅପେକ୍ଷାର ଅନ୍ତ ହୋଇଛି । ସରିଛି ଛାତ୍ର ସଂସଦ ନିର୍ବାଚନର ଅନ୍ତିମ ପର୍ବ। ଘୋଷଣା ହୋଇଛି ନିର୍ବାଚନର ଫଳାଫଳ । ରମାଦେବୀ କଲେଜର ଫଳାଫଳ ଘୋଷଣା ହୋଇଛି । ବିସିଜେଡିକୁ ମାତ ଦେଲା ଷ୍ଟଡେଂଟ ଭଏସ୍ । ଅନୁସୂୟା ତ୍ରିପାଠୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସାଧାରଣ ସଂପାଦିକା ଭାବେ ସଂଗୀତା ପଣ୍ଡା ନିର୍ବାଚତି ହୋଇଛନ୍ତି ।

ସଭାପତି ଅନୁସୂୟା ୩୮ ଭୋଟରେ ଓ ସଂପାଦକ ସଂଗୀତା ପଣ୍ଡା ୫୮ ଭୋଟରେ ବିଜୟୀ ହୋଇଛନ୍ତି। ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । କାଲି ବିଜୟ ପ୍ରାର୍ଥୀମାନେ ଶପଥ ନେବେ । ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୨ଟାରେ ମତଦାନ ସରିିଥିଲା । ଏଥିପାଇଁ କ୍ୟାଂପସ ପରିସରରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ପ୍ରତି କ୍ୟାଂପସରେ ଭୋଟ ଗ୍ରହଣ ଲାଗି ଏକାଧିକ କେନ୍ଦ୍ର କରାଯାଇଥିଲା।

କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ କେନ୍ଦ୍ରରେ ଭୋଟ ଦେଇଥିଲେ । ଛାତ୍ରଛାତ୍ରୀମାନେ କଲେଜ ୟୁନିଫର୍ମ ଓ ପରିଚୟ ପତ୍ର ସାଙ୍ଗରେ ଆଣିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ୟୁନିଫର୍ମ ପିନ୍ଧିନଥିବେ କିମ୍ବା ପରିଚୟ ପତ୍ର ଆଣିନଥିବେ ସେମାନଙ୍କୁ କ୍ୟାଂପସ ଭିତରକୁ ଛାଡ଼ାଯିବ ନାହିଁ ବୋଲି ଆଗରୁ ସୂଚନା ଦିଆଯାଇଥିଲା।