ଇଜିପ୍ଟର କାଇରୋ କପ୍ଟିକ ଚର୍ଚ୍ଚରେ ଭୟାନକ ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ୪୧ ଲୋକ

107

କନକ ବ୍ୟୁରୋ : ଇଜିପ୍ଟର ରାଜଧାନୀ କାଇରୋ ଠାରେ ଥିବା କାପ୍ଟିକ ଚର୍ଚ୍ଚରେ ରବିବାର ଦିନ ନିଆଁ ଲାଗିଯିବା କାରଣରୁ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫୫ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି । ସମାଚାର ଏଜେନ୍ସି ଏଏଫବି ମୁତାବକ ଇମ୍ବାବାର ଏକ ଜନବହୁଳ ଅଞ୍ଚଳ ଆବୁ ସେଫିନ ଚର୍ଚ୍ଚରେ ଏଭଳି ଅଗ୍ନିକାଣ ଘଟିଛି ।

ଅଗ୍ନିକାଣ୍ଡର କାରଣ ତୁରନ୍ତ ଜଣା ନପଡିବାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ସେପଟେ ପୋଲିସ ତାର ପ୍ରାଥମିକ ଅନୁସନ୍ଧାନର ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯାଇଥିବା କଥା ଅନୁମାନ କରିଛି । ଖବର ପାଇବା ପରେ ଚର୍ଚ୍ଚରେ ନିଆଁ ଲିଭାଇବାକୁ ୧୫ ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ସେପଟେ ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ।

ଅନ୍ୟପଟେ ଏଭଳି ଦୁଃଖଦ ଘଟଣା ବାବଦରେ ସୂଚନା ପାଇବା ପରେ ରାଷ୍ଟ୍ରପତି ଅବ୍ଦେଲ ଫତହା ଅଲ-ମିସି ଚର୍ଚ୍ଚର ପୋପଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଏହାସହ ଅଲ-ମିସି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଘଟଣାର ଦୁଃଖ ପ୍ରକାଶ କରି ଏକ ପୋଷ୍ଟ କରିଛନ୍ତି ।