ଛତିଶଗଡକୁ ଓଡିଶାର ଜବାବ: କହିଲା ଜଳ ପରିଚାଳନା ନେଇ ବୈଠକ ଡାକିଲେ ବି ଆସୁନି ଛତିଶଗଡ

203

କନକ ବ୍ୟୁରୋ: ଓଡିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ପ୍ରତିକ୍ରିୟା । ବନ୍ୟା ପରିଚାଳନା ପାଇଁ ଓଡିଶା ସରକାରଙ୍କ ଅନୁରୋଧ ସତ୍ୱେ ବି ଆଲୋଚନାକୁ ଆସୁ ନାହାଁନ୍ତି ଛତିଶଗଡ ସରକାର । ଦୁଇ ତିନିବର୍ଷ କୋଭିଡ ପାଇଁ ସମନ୍ୱୟ ମିଟିଂ ହୋଇପାରିନଥିଲା । ଚଳିତବର୍ଷ ଓଡିଶା ଡାକିବା ସତ୍ୱେ ଛତିଶଗଡ ବୈଠକକୁ ଆସିନଥିବା କହଛନ୍ତି ଓଡିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

ମହାନଦୀକୁ ନେଇ ଛତିଶଗଡ ଜଳ ସମ୍ପଦମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କନକ ନ୍ୟୁଜକୁ ଟେଲିଫୋନ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ । ଛତିଶଗଡ ତଥ୍ୟ ଆଦାନ ପ୍ରଦାନ କରୁନଥିବା ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି । ଏଥିସହ ସେ କହିଛନ୍ତି କି ଓଡିଶା ସବୁବେଳେ ବିବାଦ ବଢାଉଛି ଓ ୧୦ବର୍ଷ ଧରି ମହାନଦୀ ଉପରେ ସମସ୍ତ ପ୍ରକଳ୍ପ କାମ ଅଟକାଇ ରଖିଛି ଓଡିଶା । ମାମଲା ବିଚାରଧୀନ ରହିଛି । ଜଲଦି ସମସ୍ୟାର ସମାଧାନ ଚାହୁଁଛି ଛତିଶଗଡ । ଏଥିସହ ମନ୍ତ୍ରୀ ଚୌବେ କହିଛନ୍ତି ଯେ ବନ୍ୟା ପାଣି ତଳ ମୁଣ୍ଡକୁ ଯିବ ।