ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ 

232

କନକ ବ୍ୟୁରୋ: ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୃହ ଓ ଅର୍ଥ ବିଭାଗର ଦାୟିତ୍ୱ ତୁଲାଇବେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଶିକ୍ଷା ବିଭାଗ, ସୁଧିର ମୁନଧନିତବାରଙ୍କୁ ବନ ବିଭାଗ ଦାୟିତ୍ୱ ମିଳିଛି । ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମଞ୍ଜୁରୀ ପରେ ବିଭାଗ ଆବଣ୍ଟନ ଘୋଷଣା ହୋଇଛି ।

ସିନ୍ଦେ କ୍ୟାବିନେଟରେ ୯ ଅଗଷ୍ଟକୁ ୧୮ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଯେଉଁଥିରେ ବିଜେପିରୁ ୯ ସିନ୍ଦେଙ୍କ କ୍ୟାମ୍ପରୁ ୯ ମନ୍ତ୍ରୀ ସାମିଲ ଅଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସଂଖ୍ୟା ୨୦ । ସବୁଠାରୁ ବଡ କଥା ହେଉଛି ସିନ୍ଦେ କ୍ୟାବିନେଟରେ କୌଣସି ବି ମହିଳା ମନ୍ତ୍ରୀଙ୍କୁ ସ୍ଥାନ ମିଳିନାହିଁ ।