କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଏପ୍ରିଲ ୧ ତାରିଖ ଯାଏଁ ବଢିଲା ଇଡି ରିମାଣ୍ଡ ଅବଧି ।

76

କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ଅବଧି ବୃଦ୍ଧି କରିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏବେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ । ଅପରାହ୍ନ ୨ଟାରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଆବେଦନ କରିବା ସମୟରେ ଇଡି କହିଛି ଯେ , ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ମୋବାଇଲ ଏହି ମାମଲାରେ ବ୍ୟବହାର ହୋଇଛି । ଏବେ ଏହାର ବିଶ୍ଳେଷଣ କରାଯାଉଛି । ତେବେ ଅନ୍ୟ ୪ଟି ଡିଜିଟାଲ ଡିଭାଇସ୍ ଡାଟା ଜବତ କରାଯାଇଛି । ଏହି ସବୁ ମୋବାଇଲ କେଜ୍ରିୱାଲଙ୍କ ସହ ଲିଙ୍କ ରହିଛି । ମାର୍ଚ୍ଚ ୨୧ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ଚଢ଼ାଉ ବେଳେ ଏହି ସବୁ ମୋବାଇଲ ମିଳିଥିଲା । କୋର୍ଟରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଯାହା ଘଟୁଛି ତାହା ରାଜନୈତିକ ଷଡ଼ଯନ୍ତ୍ରର ଏକ ଅଂଶ ।

ଆପ୍ ଆବାହକଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଏବେ ତାଙ୍କର ସୁଗାର ଲେବୁଲ କମିଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରାଯାଉଛି । ଏହି ଏକଛତ୍ରବାଦ କାମ କରିବ ନାହିଁ ଏବଂ ଲୋକମାନେ ଏହାର ଜବାବ ଦେବେ ।