ଗ୍ୟାଙ୍ଗଷ୍ଟର ମୁଖତାର ଆନସାରୀ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶରେ ଉତ୍ତେଜନା । ସାରା ରାଜ୍ୟରେ ୧୪୪ ଧାରା ଜାରି ।

367

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଆନସାରୀଙ୍କ ମୃତ୍ୟୁକୁ ନେଇ ଉତରପ୍ରଦେଶରରେ ଉତ୍ତେଜନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୪୪ ଧାରା ଜାରି ହୋଇଛି ।

ଜେଲରେ ଥିବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି । କିନ୍ତୁ ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆନସାରୀଙ୍କ ପୁଅ । ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମୁଖତାର ଆନସାରୀ ଉତରପ୍ରଦେଶର ମାଉ ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।