ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ କିଛି ନିଦ୍ଦିଷ୍ଟ ଲୋକଙ୍କୁ ନେଇ ଏଠି ସରକାର ଚାଲେ ।

127

କନକବ୍ୟୁରୋ : ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାଲେପୁରଠାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶରେ ରାହୁଲ ଗାନ୍ଧୀ ଯୋଗଦେଇଥିଲେ । ଦିନ ୧୧ଟା ୪୦ରେ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ସହ ସେଠାରେ ହେଲିକପ୍ଟର ଯୋଗେ ଯାଇ ସତ୍ୟଭାମାପୁରରେ ପହଂଚି ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହା ପରେ ହେଲିକପ୍ଟର ଯୋଗେ ସାଲେପୁର କୁଳିଆ ପଡ଼ିଆରେ ପହଂଚି ସେଠାରେ ଆୟୋଜିତ ସମାବେଶରେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସମ୍ବୋଧନ ଆରମ୍ଭରୁ ବିରୋଧୀଙ୍କ ଉପରେ ବର୍ଷି ଥିଲେ ରାହୁଲ । ବେକାରୀ, ଚାଷୀଙ୍କ ସମସ୍ୟା ସହିତ ବିଭିନ୍ନ ଦୁର୍ନୀତି କଥା କହି ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଛନ୍ତି । ଉଭୟ ବିଜେଡି ଓ ବିଜେପି ବିରୋଧରେ ବର୍ଷିବାକୁ ଯାଇ ରାହୁଲ ଗାନ୍ଧୀ କଂଗ୍ରେସ ଦ୍ୱାରା ହୋଇଥିବା ବିବାହ କଥା ଦୋହରାଇଛନ୍ତି ।

ସେହିପରି ଦୁଇ ଦଳ ନିର୍ଦ୍ଦିଷ୍ଟ ଲୋକଙ୍କୁ ଫାଇଦା ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ପାନ ଧରାଇ ଦେଇଛନ୍ତି ବୋଲି ରାହୁଲ କହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ, ପେହଲି ନୈକରୀ ପକ୍କି ଯୋଜନା ଘୋଷଣା କରିଛନ୍ତି ରାହୁଲ । ସମସ୍ତ ବେକାରୀ ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଂଟି ଦେଇଛନ୍ତି ରାହୁଲ । ସେ କହିଛନ୍ତି, ଓଡିଶାରେ ଚାରା ରୋପଣରେ ୧୫ ହଜାର କୋଟି ଟଙ୍କା ଖଣିରେ ପ୍ରଚୁର ଲୁଟ ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ୍ ହୋଇଥିବା ଟଙ୍କା ରାଜ୍ୟବାସୀଙ୍କୁ ଟଙ୍କା ଫେରସ୍ତ ହେବ ।

ସେହିପରି ରାଜ୍ୟରେ ୨୦୦ ୟୁନିଟ୍ ମାଗଣା ବିଜୁଳି, ରୋଷେଇ ଗ୍ୟାସ ଦର ୫ ଶହ ଟଙ୍କା ରେ ଉପଲବ୍ଧ ହେବ । ଦିଲ୍ଲୀରେ କଂଗ୍ରେସ ସରକାର ଗଢିଲେ ଦେଶର ପ୍ରତ୍ୟେକ ଗରିବ ମହିଳାଙ୍କୁ ଚିହ୍ନଟ କରାଯିବ । ଏବଂ ସେହି ମହିଳାଙ୍କୁ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଂକା ପ୍ରଦାନ କରଯିବ । ଏଥିପାଇଁ ପ୍ରତିମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ । କମିଶନ ବସାଇ ଚାଷୀଙ୍କ ଋଣ ଛାଡ କରିବ କଂଗ୍ରେସ । ସାଲେପୁର ସଭାରୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।