ବଂଶ ନିପାତ କଲା ନିଶାଖୋର ପୁଅ , ପରିବାର ୪ଜଣଙ୍କୁ ଛୁରୀ ଭୁଷି କଲା ହତ୍ୟା

68

କନକ ବ୍ୟୁରୋ : ବଂଶ ନିପାତ କଲା ନିଶାଖୋର ପୁଅ । ଘଟଣା ଦିଲ୍ଲୀ ପାଲାମ ଅଂଚଳର । ପରିବାର ୪ଜଣଙ୍କୁ ଛୁରୀ ଭୁଷି ହତ୍ୟା କରିଛି ଅଭିଯୁକ୍ତ ପୁଅ ।ଏହି ଘଟଣା ସମଗ୍ର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ୨୫ବର୍ଷୀୟ କେଶବ ନିଜ ବାପା, ମା, ଉଉଣୀ, ଓ ଜେଜେମାକୁ ହତ୍ୟା କରିଥିବା ପୁଲିସ କହିଛି । କେଶବ ପ୍ରବଳ ନିଶା ସେବନ କରିବାକୁ ତାକୁ ନିଶାମୁକ୍ତି କେନ୍ଦ୍ରରେ ପରିବାର ଲୋକେ ଭର୍ତି କରିଥିଲେ । ହେଲେ ସେଠାରୁ ଫେରି ଏଭଳି ନାରକୀୟ କାଣ୍ଡ କରିଛି ଅଭିଯୁକ୍ତ । ନିଶା ଜାଲରେ ପଡିଥିବା କେଶବ ପ୍ରତିଦିନ ଘର ଲୋକଙ୍କଠୁ ଟଙ୍କା ମାଗୁଥିଲା । ଘର ଲୋକଟଙ୍କା ନଦେବା ଫଳରେ ମାରଧର କରୁଥିଲା । ଏଥିରେ ଅତିଷ୍ଟ ହୋଇ କେଶବକୁ ନିଶା ମୁକ୍ତି କେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକ ।ତେବେ ଚିକିତ୍ସା ପରେ ଘରକୁ ଫେରି ବଂଶ ନିପାତ କରିଛି ନୃଶଂସ ପୁଅ ।