ଗୁଜରାଟ ନିର୍ବାଚନ ତାତି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଲେ ଆସାମ ମୁଖ୍ୟମନ୍ତ୍ରୀ । ଜବାବରେ କଂଗ୍ରେସ କହିଲା, ନିର୍ବାଚନ ହାରିବା ଭୟରେ ଚାଲିଛି ବୟାନବାଜୀ

112

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । ଇରାକର ତାନାଶାହୀ ଶାସକ ଭାବେ ଜଣାଶୁଣା ତଥା ନିହତ ସଦ୍ଦାମ ହୁସେନଙ୍କ ସହ ରାହୁଲଙ୍କୁ ତୁଳନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଗୁଜରାଟର ଏକ ଜନସଭାରେ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ବର୍ତମାନ ରାହୁଲ ଇରାକର ତାନାଶାହୀ ଶାସକ ସଦ୍ଦାମ ହୁସେନ ପରି ଦେଖାଯାଉଛନ୍ତି ।

ରାହୁଲ ନିଜକୁ କୌଣସି ବିଶିଷ୍ଠ ରାଜନେତା ଭାବେ ଉପସ୍ଥାପନ କରିବା ଉଚିତ ବୋଲି ହେମନ୍ତ କହିଥିଲେ । ସେପଟେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନର ଜବାବ ଦେଇଛି କଂଗ୍ରେସ । ଗୁଜରାଟ ବିଧାନସଭା ଯେତିକି ପାଖେଇ ଆସୁଛି ସେତିକି ବଢୁଛି ବୟାନବାଜୀ । ସେପଟେ ନିର୍ବାଚନ ମଇଦାନକୁ ରାହୁଲ ଗାନ୍ଧୀ ଏଟ୍ରିଂ କରିବା ପରେ ହୁଏତ ବିଜେପି ବିଚଳିତ ହୋଇପଡିଛି । ପ୍ରଥମ ପ୍ରଚାରରୁ ହିଁ ଗୁଜରାଟ ମାଟିରେ ଛିଡା ହୋଇ ବିଜେପି ଗଡ ଗୁଜରାଟରେ ରଣହୁଙ୍କାର ଭରିଥିଲେ ରାହୁଲ । ଯାହାର ଜବାବରେ ବିଜେପି ଏଭଳି ବୟାନବାଜୀ କରୁଥିବା କଂଗ୍ରେସ କହିଛି ।