ଡାକ୍ତର ମୋତିଲାଲ ଗୈାଡ ଗିରଫ

18

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଡାକ୍ତର ମୋତିଲାଲ ଗୌଡ ଗିରଫ । ମିଥ୍ୟା ସରକାରୀ ବିଜ୍ଞପ୍ତି ମାମଲାରେ ଟଙ୍କା ହଡପ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି । ମୋତିଲାଲଙ୍କୁ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଓ ବିଶାଖାପାଟଣା ଅଂଚଳରୁ ଗିରଫ କରାଯାଇଛି । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଂଚ । ମୋତିଲାଲଙ୍କୁ ଆସନ୍ତା କାଲି କୋର୍ଟରେ ହାଜର କରାଯିବ । ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା । ଫ୍ୟାକ୍ରି ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦେଶକ ଥିଲେ ମୋତିଲାଲ । ସେ ମିଛ ବିଜ୍ଞପ୍ତି ଜରିଆରେ କାରଖାନା କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କ୍ରାଇମବ୍ରାଂଚ ଓ ଭିଜିଲାନ୍ସ କରୁଛନ୍ତି । କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ୪ ଦିନ ହେବ ମୋତିଲାଲଙ୍କ ମୋବାଇଲ୍ ଟ୍ରାକ କରୁଥିଲା ।