ଖାଦ୍ୟଶସ୍ୟର ଉପକାରିତା ବଖାଣିଲେ ଆମେରିକା ଫେରନ୍ତା ଡାକ୍ତର କାଦର ଭାଲ୍ଲି। ୨୫ ବର୍ଷ ଧରି ଛୁଇଁପାରିନି କୌଣସି ରୋଗ।

1,334

କନକ ବ୍ୟୁରୋ: ମାଣ୍ଡିଆ ଆଉ ଗରିବଙ୍କ ଖାଦ୍ୟ ହୋଇରହିନାହିଁ । ଏହାକୁ ଏବେ ଧନୀ ଶ୍ରେଣୀର ଲୋକ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି । ଆମେରିକାରେ ଚାକିରି ଛାଡି ମାଣ୍ଡିଆ ପାଇଁ ଯିଉଁଥିବା ଡାକ୍ତର ଖାଦର ଭାଲ୍ଲୀ । ସେ ମାଣ୍ଡିଆକୁ ନେଇ ଏପରି କିଛି କହିଛନ୍ତି ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କୁ ମିଲେଟ୍ ମ୍ୟାନ୍ ତଥା ମାଣ୍ଡିଆ ପୁରୁଷର ଆଖ୍ୟା ଦିଆଯାଇଛି । ମାଣ୍ଡିଆର ଉପକାରିତା ବୁଝାଇବା ପାଇଁ ଆମେରିକାର ଏମଏନସି ଚାକିରି ଛାଡି ଭାରତ ଚାଲିଆସିଲେ ଡାକ୍ତର ଖାଦିର । ଆଉ ମାଣ୍ଡିଆର ପ୍ରଚାରପ୍ରସାର କରି ବନିଗଲେ ମିଲେଟ୍ ମ୍ୟାନ୍ ।

ସେ ଭାତ ଅବା ରୁଟି ଖାଆନ୍ତିନାହିଁ । ତାଙ୍କ ଅନୁସାରେ ମାଣ୍ଡିଆ ଖାଇବା ଦ୍ୱାରା ଡାଇବେଟିସ୍ଠୁ ଆରମ୍ଭ କରି କ୍ୟାନସର ଭଳି ବଡ ବଡ ରୋଗ ଭଲ ହୋଇପାରିବ । ମାଣ୍ଡିଆ ଖାଉଥିବାରୁ ୨୫ ବର୍ଷ ହେବ ତାଙ୍କୁ କୌଣସି ରୋଗ ହୋଇନାହିଁ । ତାଙ୍କ ପାଖକୁ କୌଣସି ରୋଗୀ ଆସିଲେ ସେ ତାଙ୍କ ମେଡିସନ୍ ବଦଳରେ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି ।