ନିର୍ବାଚନ ଫଳାଫଳ ଆସିବାର ୪ ଦିନ ମଧ୍ୟରେ ଦଳ ଛାଡିଲେ ଆପ୍ ବିଧାୟକ, ବିଜେପିରେ ହୋଇପାରନ୍ତି ସାମିଲ

366

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର କିଛିଦିନ ମଧ୍ୟରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଦଳର ଜଣେ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଗୁଜରାଟ ଜୁନାଗଡ ଜିଲ୍ଲା ବିସାବାଦାର ବିଧାନସଭା କ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିବା ବିଧାୟକ ଭୂପତ ଭାୟାଣୀ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି ୧୮୨ ବିଧାନସଭା ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପ୍ରଥମଥର ପାଇଁ ଗୁଜରାଟରେ ନିର୍ବାଚନ ଲଢି ଆମ୍ ଆଦମୀ ପାର୍ଟି ୫ ଟି ବିଧାୟକ ଜିତାଇବାରେ ସକ୍ଷମ ହୋଇଥିଲା । ହେଲେ ସବୁଠାରୁ ବଡ କଥା କି ଆମ୍ ଆଦମୀ ପାର୍ଟିକୁ ଗୁଜରାଟରେ ୧୩ ପ୍ରତିଶତ ଭୋଟ ମିଳିଥିବାରୁ ଏହାକୁ ନେଇ ଦଳ ଖୁସି ମନାଇଛି   । ସେପଟେ ୫ ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ଆଜି ଦଳରୁ ଇସ୍ତଫା ଦେଇଥିବାରୁ ଗୁଜରାଟରେ ଆପ୍,ପାଖରେ ମାତ୍ର ୪ ଜଣ ବିଧାୟକ ରହିଲେ ।