‘ମୁଁ ଆଗାମୀ ବିଶ୍ୱକପରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା’: ଟି-୨୦ ସେମିଫାଇନାଲରେ ଭାରତର ପରାଜୟ ପରେ ଏପରି କହିଲେ ସେୱାଗ୍

2,874

କନକ ବ୍ୟୁରୋ: ଭାରତର ଟି-୨୦ ବିଶ୍ୱକପ ୨୦୨ ବାଜିମାତ୍ କରିବାର ସ୍ୱପ୍ନ ଅଧାରେ ରହିଗଲା । ଦେସମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମରେ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି । ଏସବୁ ଭିତରେ ସାମ୍ନାକୁ ଆସିଛି ବିରେନ୍ଦ୍ର ସେହ୍ୱାଗଙ୍କ ବିସ୍ଫୋରକ ବୟାନ୍ ।

‘ଆସନ୍ତା ବିଶ୍ୱକପରେ କିଛି ଖେଳାଳିଙ୍କୁ ସେ ଚାହାଁନ୍ତିନାହାଁନ୍ତି’ ବୋଲି କହିଛନ୍ତି ସେହ୍ୱାଗ୍ । ପୁଣିଥରେ ଦଳ ଚାମ୍ପିଅନ୍ ହେବାକୁ ଚାହୁଁଥିଲେ ୨୦୦୭ ଭଳି ରଣନୀତି ଆପଣାଉ । ବରିଷ୍ଠଙ୍କୁ ବାଦ ଦେଇ ଯୁବ କ୍ରିକେଟରଙ୍କୁ ଆଗକୁ ଅଣାଯାଉ ବୋଲି ସେ କହିଛନ୍ତି । କ୍ରିକବଜ୍ ସହ କଥାବର୍ତ୍ତାରେ ସେହ୍ୱାଗ କହଛନ୍ତି ଯେ, ‘ ମୁଁ କାହାରି ମାନସିକତା କିମ୍ବା ଅନ୍ୟ କିଛି ବିଷୟରେ କହିବାକୁ ଚାହେଁନା । କିନ୍ତୁ ଦଳରେ ନିଶ୍ଚିତ ଭାବେ ପରିବର୍ତ୍ତନ ଦେଖିବକୁ ଚାହୁଁଛି । ୨୦୦୭ ଟି-୨୦ ବିଶ୍ୱକପରେ ମଧ୍ୟ ଏହା ଘଟିଛି । ବହୁ ବର୍ଷ ଧରି ଖେଳିଥିବା ଭେଟେରାନ୍ ଖେଳାଳିମାନେ ସେହି ବିଶ୍ୱକପକୁ ଯାଇନଥିଲେ । ଯୁବ ଖୋଳଳିଙ୍କ ଟିମ୍ ଯାଇଥିଲା । ଯେଉଁମାନଙ୍କଠାରୁ କେହି କିଛି ବି ଆଶା କରିନଥିଲେ । ଆଗାମୀ ଟି-୨୦ ବିଶ୍ୱକପରେ ମଧ୍ୟ ସମାନ ଦଳକୁ ଦେଖିବାକୁ ଚାହେଁ ।ସେମାନେ ଜିତିବେ ବୋଲିି କେହି ଆଶା କରିବେ ନାହିଁ । ହେଲେ ଭବିଷ୍ୟତ ପାଇଁ ସେହି ଦଳ ହେବ’ ।

ସେ ଏହା ମଧ୍ୟ କହିଛନ୍ତି ଯେ, ‘ ଯଦି ତୁମର ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କର ତେବେ ତୁମେ କେବଳ ୨ ବର୍ଷ ମଧ୍ୟରେ ଗୋଟିଏ ଟିମ ଗଠନ କରିପାରିବ । ଯେଉଁମାନେ ପ୍ରଦର୍ଶନ କରୁନାହାଁନ୍ତି ସେମାନଙ୍କୁ ଆଉ ମୁଁ ଦଳରେ ଦେଖିବାକୁ ଚାହୁଁନାହିଁ ।ଆଶା ଯେ, ଚୟନକର୍ତ୍ତା ଏହାକୁ ଗୁରୁତ୍ୱ ଦେବେ’ । ବୋଲି ସେହ୍ୱାଗ୍ କହିଛନ୍ତି ।