ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗୀତାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ । କୃତି ପ୍ରତିଯୋଗୀଙ୍କୁ ରାଜଭବନରେ ରାଜ୍ୟପାଳ ଦେବେ ପୁରସ୍କାର ।

101

କନକ ବ୍ୟୁରୋ: ଆଜି ଅନୁଷ୍ଠିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ ସାରା ରାଜ୍ୟରେ ଏହି ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜିର ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଭାଗନେବେ । ଏହା ସହିତ ରାଜଭବନଠାରେ ରାଜ୍ୟପାଳଙ୍କଠାରୁ ଜିଲ୍ଲାସ୍ତରୀୟ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିବେ । ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା ‘କଲେଜ ଅଫ ଏଗ୍ରିକଲଚର’ ପରୀକ୍ଷା କକ୍ଷରେ ଏହି ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସକାଳ ୧୧ଟା ୩୦ରେ ହେବ ।

ପ୍ରତିଯୋଗୀମାନେ ପରୀକ୍ଷା ହଲରେ ବସିବା ପରେ ପ୍ରବନ୍ଧର ବିଷୟବସ୍ତୁ ରାଜ୍ୟପାଳଙ୍କ ତରଫରୁ ରାଜଭବନର ଅଧିକାରୀଙ୍କ ଦ୍ୱାରା ଘୋଷଣା କରାଯିବ । ଅପରାହ୍ନରେ ପ୍ରତିଯୋଗୀମାନେ ରାଜଭବନଠାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ହାତରୁ ପୁରସ୍କାର ଗ୍ରହଣ କରିବେ । ଏହାସହ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବ । ଚୂଡାନ୍ତସ୍ତର ପାଇଁ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ‘ସମ୍ବାଦ’ ପକ୍ଷରୁ ଟେଲିଫୋନ ଓ ହ୍ୱାଟସଅପ୍ ମାଧ୍ୟମରେ ଯୋଗାଯୋଗ କରି ସମସ୍ତ ସୂଚନା ଯୋଗାଇ ଦିଆଯାଇଛି । ଅଧିକ ଜାଣିବା ପାଇଁ ପ୍ରତିଯୋଗୀମାନେ ‘୯୧୭୮୭୬୭୫୩୬’ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ।