ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ଜନ୍ମଦିନରେ ଶୁଭେଚ୍ଛା , ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଜୁହି

388

କନକ ବ୍ୟୁରୋ : ‘କୟାମତ ସେ କୟାମତ ତକ’, ଇସ୍କ, ଓ ୟେସ ବସ୍ ଭଳି ସିନେମାରେ ଅଭିନୟ କରି ନିଜ ଟ୍ୟାଲେଣ୍ଟର ଛାପ ଛାଡିଯାଇଛନ୍ତି ଅଭିନେତ୍ରୀ ଜୁହି ଚାୱାଲା । ଆଜି ତାଙ୍କର ୫୫ ତମ ଜନ୍ମଦିନ । ସେ ତାଙ୍କ ଅଭିନୟ କ୍ୟାରିଅର ମଧ୍ୟରେ ବଲିଉଡର ପ୍ରାୟ ବଡ ବଡ କଳାକାରଙ୍କ ସହ କାମ କରିଛନ୍ତି । ଏହାସହ ବିଲିଉଡର ଜଣେ ଧନୀ ଅଭିନେତ୍ରୀ ଭାବେ ତାଙ୍କର ମଧ୍ୟ ପରିଚୟ ରହିଛି । ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଜୁହିଙ୍କ ପାଖରେ ରହିଚି କେତେ ସମ୍ପତ୍ତି ।

ଜୁହି ଅଭିନୟରୁ ଭଲ ରୋଜଗାର କରିଥାନ୍ତି । ଏହାସହ ବିଜ୍ଞାପନରୁ ମଧ୍ୟ ଅନେକ କିଛି ସମ୍ପତ୍ତି ଠୁଳ କରିଛନ୍ତି ଜୁହି । ସିନେମା ଓ ବିଜ୍ଞାପନ ପରେ ଜୁହିଙ୍କର ରହିଛି ନିଜସ୍ୱ ବ୍ୟବସାୟ । ଏକ ରିପୋର୍ଟ ମୁତାବକ ଏବେ ଜୁହି ୪୮ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାିଲି ।

ଜୁହିଙ୍କ ନିକଟରେ ନିଜର ଏକ ସୁନ୍ଦର ବିଳାଶପୂର୍ଣ୍ଣ ଘର ରହିଛି । ଏହି ଘରର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଜୁହି ଜଣେ କାର ପ୍ରେମୀ । ତାଙ୍କ ପାଖରେ ଜାଗୁଆର, ଅଡି ଭଳି ଅନେକ ଦାମୀ କାର ରହିଛି ।

ସେ ତାଙ୍କର ଅଭିନୟ କ୍ୟାରିଅର ମଧ୍ୟରେ ଡର, ହମ୍ ହେ ରାହି ପ୍ୟାର କେ, ଦିୱାନା ମସ୍ତାନା, ଗୁଲାବ ଗ୍ୟାଙ୍ଗ, ଭୁତନାଥ, ଭଳି ସିନେମାରେ ଚମକ୍ରାର ଅଭିନୟ କରିଥିଲେ । କେବଳ ଅଭିନୟ ନୁହେଁ ଜୁହି ମଧ୍ୟ ଦୁଇଟି ସିନେମା ପ୍ରଯୋଜନା କରିଛନ୍ତି । ଜୁହିଙ୍କ ପ୍ରଯୋଜନାରେ ଅଶୋକା, ଓ ଚଲତେ ଚଲତେ ସିନେମା ପ୍ରସ୍ତୁତ ହୋଇଥିଲା ।