ବିବାଦ ଭିତରେ କମିନି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରେଜ୍ । ରଏଟର୍ସ ସର୍ଭେ କହୁଛି ଆଗାମୀ ନିର୍ବାଚନରେ ବାଇଡେନଙ୍କଠୁ ଆଗରେ ରହିପାରନ୍ତି ଟ୍ରମ୍ପ ।

139

କନକ ବ୍ୟୁରୋ: ବାଦ ବିବାଦ ଭିତରେ କମିନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରେଜ୍ । ରଏଟର୍ସ ସର୍ଭେ କହୁଛି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ଦଳକୁ କଡ଼ା ଟକ୍କର ଦେଇପାରେ ଟ୍ରମ୍ପଙ୍କ ରିପବ୍ଲିକାନ ଦଳ । ଅର୍ଥାତ ଟ୍ରମ୍ପ ଓ ବାଇଡେନ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଛି । ସର୍ଭେ କହୁଛି ଟ୍ରମ୍ପଙ୍କୁ ଏବେ ବି ୪୭% ଜନତାଙ୍କ ସମର୍ଥନ ରହିଛି । ନିର୍ବାଚନରେ ଏମାନଙ୍କ ମଧ୍ୟରୁ ୪୦% ଭୋଟ ଦେଇପାରନ୍ତି । ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ କେବଳ ୧୬% ଲୋକ ସତ ମାନିବା ସହ ଅଧିକାଂଶ ଏହାକୁ ଖାରଜ କରୁଛନ୍ତି । ତେଣୁ ନିର୍ବାଚନରେ ପୁଣି ଚମକ ଦେଖାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ ।

କିଛି ଦିନ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟ୍ରୋମି ଡାନିଏଲଙ୍କୁ ଲାଞ୍ଚ ଦେବା ମାମଲାରେ ଟ୍ରମ୍ପ ଫସିବା ଯୋଗୁଁ ପ୍ରଥମେ ଗିରଫ ଓ ପରେ ଜାମିନ ପାଇଥିଲେ । ତାଙ୍କ ଉପରେ ମୋଟ ୩୬ଟି ଅଭିଯୋଗ ରହିଛି । ରାଷ୍ଟ୍ରପତି ପଦରେ ରହିସାରିଥିବା କୌଣସି ରାଜନେତା ଏଭଳି ମାମଲାରେ ଫଶିବା, ଗିରଫ ହେବା ଘଟଣା ଆମେରିକା ରାଜନୀତିରେ ବିରଳ ଥିଲା । ଏତେ ବଡ ବିବାଦରେ ଫଶିବା ସତ୍ୱେ ଟ୍ରମ୍ପଙ୍କ କେଜ୍ର କମ ହୋଇନି । କିଛି ଦିନ ପୂର୍ବରୁ ଟୁଇଟର ମାଲିକ ଏଲନ ମସ୍କ ମଧ୍ୟ ଟୁଇଟ କରି ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ । ମସ୍କ କହିଥିଲେ ନିର୍ବାଚନରେ ବହୁମତ ସହ ବିଜୟ ହାସଲ କରିବେ ଡୋନାଲ୍ଟ ଟ୍ରମ୍ପ ।