କୋରାପୁଟ ଲୋକସଭା କ୍ଷେତ୍ରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଗୁଣୁପୁର ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର

82

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଜମୁଛି ପ୍ରଚାର । ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । କୋରାପୁଟ ସଂସଦୀୟ କ୍ଷେତ୍ରରେ ଜମୁଛି ପ୍ରଚାର । ସମର୍ଥକଙ୍କ ସହ ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା । ତାଙ୍କ ସହ ଗୁଣୁପୁର ବିଧାୟକ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଗୁରୁପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତ ଯାଇ ସଭା କରିବା ସହ ଲୋଭଙ୍କୁ ଭେଟିଛନ୍ତି ଉଭୟ ନେତା । ବିକାଶ ସହ କଂଗ୍ରେସର ଗ୍ୟାରେଂଟି କାର୍ଡ କଥା କହି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି    ।