ଟି-୨୦ ବିଶ୍ୱକପ୍ ପାଇଁ ଆଜି ହୋଇପାରେ ଭାରତୀୟ ଟିମ୍ ଘୋଷଣା । ଅଜିତ୍ ଅଗରଙ୍କ ଅଧ୍ୟକ୍ଷତାରେ ବୈଠକ

334

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା । ଆଜି ମୁଖ୍ୟ ଚୟନକର୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅହମ୍ମଦାବାଦରେ ଚୟନ କମିଟିର ବୈଠକ ବସିବ । ଏଥିରେ ଏକ ୧୫ ଜଣିଆ ଦଳ ପ୍ରସ୍ତୁତ କରାଯିବ । ଅନ୍ତର୍ଜାତୀୟ ପ୍ରଦର୍ଶନ, ଫିଟ୍ନେସ୍ ଓ ବର୍ତମାନର ଫର୍ମ ଉପରେ ଖେଳାଳି ଚୟନ କରାଯିବ । ରୋହିତ ଶର୍ମା, ବିରାଟ କୋହଲୀ, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ ରବିନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବା ନିଶ୍ଚିତ । ରିଷଭ ପନ୍ତ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଦ୍ୱିତୀୟ ୱିକେଟ୍ କିପର ସ୍ଥାନ ଓ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ସ୍ଥାନ ନେଇ ଚୟନ କମିଟି ବିସ୍ତୃତ ଆଲୋଚନା କରିପାରନ୍ତି । ଦ୍ୱିତୀୟ ୱିକେଟ୍ କିପର ଦୌଡରେ ରହିଛନ୍ତି କେଏଲ୍ ରାହୁଲ, ଜିତେଶ ଶର୍ମା ଓ ଧ୍ରୁବ୍ ଜୁରେଲ । ସେହିପରି ଯୁଝବେନ୍ଦ୍ର ଚହଲଙ୍କ ବର୍ତମାନ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଦଳକୁ ଫେରିବା କ୍ଷୀଣ ରହିଛି ।