ଖଲ୍ଲିକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟି ଓ ବାଇକ୍ ଉପରେ ମାଡିଗଲା ବୋଲେରୋ

359

କନକ ବ୍ୟୁରୋ : ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡିଯାଇଛି । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡିରେ ଥିବା ଶିଶୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୃତକ ଜଣଙ୍କ କୋଦଳା ବେଲପଡାର ଗାଁର ଆଲୋକ ମଲ୍ଲିକ ବୋଲି ଜଣାପଡିଛି ।