ବାଲିଗୁଡାରେ ବିଜେଡି ସାଂସଦ ପ୍ରାର୍ଥୀଙ୍କ ଶକ୍ତିପ୍ରଦର୍ଶନ । ପାରମ୍ପାରିକ ନୃତ୍ୟ ଓ ଗୀତ ସହ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କଲେ ଅଚ୍ୟୁତ ସାମନ୍ତ

76

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ । ପାରମ୍ପରିକ ନୃତ୍ୟ ଓ ଗୀତ ସହ ବିଭିନ୍ନ ଅଂଚଳ ବୁଲି ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଁହର । ବିଡେଡି ଅସ୍ଥାୟୀ କାର୍ଯ୍ୟାଳୟରୁ ହଜାର ହଜାର ସମର୍ଥକଙ୍କୁ ଧରି ଶୋଭାଯାତ୍ରା କରିଛନ୍ତି ଉଭୟ ପ୍ରାର୍ଥୀ । ବିଜେଡି ସରକାରରେ ହୋଇଥିବା ବିକାଶ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ଦଳକୁ ବିଜୟୀ କରାଇବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ।