ଭଲ ରିଟର୍ଣ୍ଣ ଲୋଭ ଦେଖାଇ ମହିଳା ଓ ଅନ୍ୟ ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଲୁଟ୍ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ, ଏତଲା ପରେ ଠକକୁ ବାନ୍ଧିଲା ପୋଲିସ

282

କନକ ବ୍ୟୁରୋ : ନିବେଶ ନାଁରେ ଠକେଇ । ଭଲ ରିଟର୍ଣ୍ଣ ଦେବା କହି କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଜଣେ ଠକକୁ ଗିରଫ କରିଛି ପୋଲିସ । ଜଣେ ମହିଳାଙ୍କ ଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକ ଜଣଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଜଣେ ଯୁବକଙ୍କ ଠାରୁ ୮୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା ଠକ ଜଣଙ୍କ । ଭଲ ରିଟର୍ଣ୍ଣ ଦେବା କହି ମୋଟା ଅଙ୍କର ଟଙ୍କା ଲୁଟି ନେଇଥିଲା ଠକ । ଏବେ ଠକକୁ କାବୁ କରି ତଦନ୍ତ କରୁଛି ପୋଲିସ ।