ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

96

କନକ ବ୍ୟୁରୋ: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” । ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି । କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ । ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିବ । ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ମିଳିବ । ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ । ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି । ଏବେ ଜ଼ୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ ।