ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହଡପ ମାମଲା : ୨ ନିର୍ଦେଶକଙ୍କ ସମେତ୧୦ ଗିରଫ

32

ଢେଙ୍କାନାଳ: ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହେରଫେର ମାମଲା । ୧୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଂଚ । ଏମାନଙ୍କ ମଧ୍ୟରେ ୨ ଜଣ ନିର୍ଦେଶକ ଥିବା ସୂଚନା ମିଳିଛି । ବ୍ୟାଙ୍କର ପୂର୍ବତନ ସଂପାଦକ ନିରଂଜନ କର ଓ ସଭାପତି ସୁକାନ୍ତ ମିଶ୍ରଙ୍କୁ ମଧ୍ୟରେ ଟାଉନ ଥାନାରେ ଜେରା କରାଯାଉଥିବା ଜଣାପଡିଛି । ୧୯୫୦ରେ ଗଠନ ହୋଇଥିବା ଅର୍ବାନ କୋପରେଟିଭ ବ୍ୟାଙ୍କ ୨୦୧୦ ଫେବୃଆରୀରେ ବନ୍ଦ ହୋଇଥିଲା । ୧୦ କୋଟି ଟଙ୍କା ହଡପ ହେବା ପରେ ଦେବାଳିଆ ହେବାରୁ ବ୍ୟାଙ୍କରେ ତାଲା ପକାଯାଇଥିଲା । ୪୨୧ ବ୍ୟକ୍ତି ଋଣ ନେଇ ନସୁଝିବାରୁ ବ୍ୟାଙ୍କର ଆର୍ଥିକବସ୍ଥା ଭୁଷୁଡି ପଡିଥିଲା ।