ସୋନାଲୀ ଫୋଗଟଙ୍କ ପରିବାର ଲୋକଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିୱାଲ, କହିଲେ ସିବିଆଇ ତଦନ୍ତ ହେଲେ ଖୋଲିବ ବଡ ଗୁମର

59

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଆଜି ବିଜେପି ନେତା ସୋନାଲୀ ଫୋଗଟଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି କ୍ରମରେ ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଆଜି ସୋନାଲୀ ଫୋଗଟଙ୍କ ହତ୍ୟା ମାମଲାରେ ସିବିଆଇ ଯାଂଚ ହେଉ ବୋଲି କହିଛନ୍ତି । ସେ କହିଛନ୍ତି କି ଉଭୟ ହରିଆଣା ଓ ଗୋଆରେ ବିଜେପିର ସରକାର ରହିଛି । ତେଣୁ ତୁରନ୍ତ ଏହି ମାମଲାରେ ଉଭୟ ରାଜ୍ୟର ସରକାର ସିବିଆଇ ଯାଂଚ କରାନ୍ତୁ ବୋଲି ସେ ଦାବି କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ସୋନାଲୀ ଫୋଗଟଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାକୁ ହେଲେ ସିବିଆଇ ଯାଂଚ ହେବା ନିହାତି ଆବଶ୍ୟକ । ସିବିଆଇ ଯାଂଚରେ ଯେତେ ଡେରି ହେବ ସନ୍ଦେହ ସେତେ ବଢିବ ବୋଲି ସେ କହିଛନ୍ତି । ଏହାସହ ସେ ଆଶଂକା କରିଛନ୍ତି କି ସୋନାଲୀଙ୍କ ହତ୍ୟା ମାମଲାରେ ବଡ ବଡ ନେତା, ବଡ ବଡ ଉଦ୍ୟୋଗପତି ସାମିଲ ଥାଇପାରନ୍ତି । ଏସବୁ ଆଶଂକା କେବଳ ସିବିଆଇ ଯାଂଚ ହେଲେ ଦୂର ହେବ ବୋଲି ସେ କହିଛନ୍ତି ।

ହରିଆଣାରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁଇଦିନିଆ ହରିଆଣା ଗସ୍ତରେ ଅଛନ୍ତି ।