ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ : ୬ଟି ଠିକଣାରେ ଚାଲିଛି ଚଢ଼ାଉ; ୩ଜଣ ଡିଏସପି ଓ ୧୦ଜଣ ଇନସପେକ୍ଟରଙ୍କ ନେତୃତ୍ୱରେ ଯାଞ୍ଚ ଜାରି

392

କନକ ବ୍ୟୁରୋ : କଳାହରାହଁଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍ ଚାଲିଛି । ୩ଜଣ ଡିଏସପି ଓ ୧୦ଜଣ ଇନସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚଢ଼ାଉ ଚାଲିଛି ।

ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଘର, ଦୁଇ ମହଲା ବିଶିଷ୍ଟ ଘର, ଗୋଟିଏ ଆଜବେଷ୍ଟସ ଘର, ଆର୍ଶୀବାଦ ପ୍ଲାଜା ଅପାର୍ଟମେଣ୍ଟରେ ଏକ ଫ୍ଲାଟ୍, ରଘୁନାଥପୁରରେ ଥିବା ପୈତୃକ ଘର ଓ କଳାହରାହଁଙ୍ଗ ଅଫିସରେ ଚଢ଼ାଉ ଚାଲିଛି । ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ ଜାରି ରଖିଛନ୍ତି । ତେବେ କେତେ ସମ୍ପତ୍ତିି ଠୁଳ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।