ହୃଦୟନାଥ ମଙ୍ଗେସ୍କର ହସ୍ପିଟାଲରେ ଭର୍ତ୍ତି । ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

138

କନକ ବ୍ୟୁରୋ: ସ୍ୱର୍ଗତ ଲତା ମଙ୍ଗେସ୍କରଙ୍କ ଭାଇ ହୃଦୟନାଥ ମଙ୍ଗେସ୍କରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସୁଛି । ଏନେଇ ତାଙ୍କ ପୁଅ ଗାୟକ ଆଦିତ୍ୟନାଥ ମଙ୍ଗେସ୍କର ରବିବାର ଏ ବିଷୟରେ ସୂଚନା ଦେଇଛନ୍ତି ।

ତାଙ୍କୁ ଅବଜରଭେସନରେ ରଖାଯାଇଛି ୭ରୁ ୮ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ହେଲେ ବାପା ହୃଦୟନାଥଙ୍କ ଅସୁସ୍ଥତାର କାରଣ ଜଣାଇନାହାଁନ୍ତି ଆଦିନାଥ । ମିିଡିଆ ରିପୋର୍ଟ ଅନୁଯାୟୀ, ‘ଲତା ଦୀନାନାଥ ମଙ୍ଗେସ୍କର ପୁରସ୍କାର’ର ଉଦଘାଟନୀ ଉତ୍ସବରେ ଆଦିନାଥ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ବାପା ହିଁ ସବୁବେଳେ ସ୍ୱାଗତ ସମ୍ବୋଧନ ଭାଷଣ ଦିଅନ୍ତି । କିନ୍ତୁ ଚଳିତ ବର୍ଷ ସେ ତାହା କରିପାରିନଥିଲେ । କାରଣ ବର୍ତ୍ତମାନ ସେ ଡାକ୍ତରଖାନାରେ ଅଛନ୍ତି । ଏହାବ୍ୟତୀତ ସେ କହିଛନ୍ତି ଯେ, ହୃଦୟନାଥ ୮ରୁ ୧୦ ଦିନ ଭିତରେ ଘରକୁ ଫେରିବେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ସହ ସୁସ୍ଥ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ପାଇଁ ଶୀଘ୍ର ଆଉ ଆରୋଗ୍ୟ କାମନା କରିଛନ୍ତି ।