ଶାନ୍ତି ପାଇଁ ବିଶାଳ ‘ତ୍ରିରଙ୍ଗା ଯାତ୍ରା’ । ଭାଗନେଲେ ଉଭୟ ସମ୍ପ୍ରଦାୟର ଲୋକେ ।

152

କନକ ବ୍ୟୁରୋ: ଜାହାଙ୍ଗାରପୁରୀର ହିଂସା ପୁରା ଦେଶରେ ମୁଖ୍ୟ ଖବରରେ ଥିବାବେଳେ ଏଠାରେ ଶାନ୍ତି ଫେରାଇ ଆଣିବାକୁ ଚାଲିଛି ଅଭିନବ ପ୍ରୟାସ । ଦେଶରେ ଏହି ବିଦ୍ୱେଶକୁ ନେଇ ରାଜନୀତି ମଧ୍ୟ ଚାଲିଛି । ହେଲେ ଏସବୁ ଭିତରେ ଶାନ୍ତି ଫେରାଇ ଆଣିବାକୁ ଉଭୟ ହିନ୍ଦୁ ଓ ମସଲମାନ୍ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଆରମ୍ଭ କରିଛନ୍ତି ଏକ ଶୋଭାଯାତ୍ରା । ଜାହାଙ୍ଗୀରପୁରୀେ ର ଉଭୟ ସମ୍ପ୍ରଦାୟର ଲୋକେ ଏକାଠି ମିଶି ବଡ ଧରଣର ‘ତ୍ରିରଙ୍ଗା ଯାତ୍ରା’କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ହୋଇଥିବା ଏହି ଶୋଭାଯାତ୍ରାରେ ଲୋକମାନେ ଜାତୀୟ ପତାକା ଉଡାଇବା ସହ ବାବା ସାହେବ ଆମ୍ବେଦକରଙ୍କ ଫଟୋ ପ୍ରଦର୍ଶନ କରିଛନ୍ତି ।

ଦୁଇ ସମ୍ପ୍ରଦାୟର ଲୋକ ଏହି ଯାତ୍ରାରେ ଯୋଗଦେଇ ଶାନ୍ତି ରକ୍ଷା କରିବାକୁ ପୁରା ସମାଜକୁ ନିବେଦନ କରିଛନ୍ତି । ଦୁଇ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନେଇ ଏକ ମିଳିତ ଶାନ୍ତି କିମିଟି ଗଠନ କରାଯାଇଛି । କମିଟି ପକ୍ଷରୁ ଜାହାଙ୍ଗୀରପୁରରେ ତ୍ରିରଙ୍ଗା ଯାତ୍ରା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।