ଦୋଳ ବିମାନକୁ କାନ୍ଧେଇ ନେବାବେଳେ ଅଘଟଣ : ଧକ୍କା ଦେଲା ପିକଅପ ଭ୍ୟାନ, ୨ ମୃତ, ୩ ଗୁରୁତର

223

କନକ ବ୍ୟୁରୋ : ଦୋଳବିମାନକୁ କାନ୍ଧେଇ ନେବାବେଳେ ଅଘଟଣ । ଅଧାବାଟରେ ପଛପଟୁ ପିକଅପ ଭ୍ୟାନ ଧକ୍କା ହେବା ଫଳରେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତା ଦୁହୁରିଆରେ ଏହି ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ା ବଡ଼ଗାଁର ଆଠ ଜଣ ଲୋକ ଦୋଳବିମାନକୁ କାନ୍ଧେଇ ସ୍ଥାନୀୟ ବାଲିଆ ମେଲଣକୁ ଯିବା ସମୟରେ ପଛପଟୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି । ଘଟଣାସ୍ଥଳରେ ବଡ଼ଗାଁର ସୋମନାଥ ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା କରିଥିବା ପିକଅପ ଜବତ ହୋଇଥିବା ବେଳେ ଚମ୍ପଟ ମାରିଛି ଡ୍ରାଇଭର ।